
ଭବାନୀପାଟଣା : ଅବସରପ୍ରାପ୍ତ ଶିକ୍ଷକଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ମାମଲାର ଶୁଣାଣି କରି ମଙ୍ଗଳବାର ଚିଫ୍ ଜୁଡିସିଆଲ୍ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ସଦର ଥାନା ସରଲାଞ୍ଜି ଗ୍ରାମର ଗିରିଧାରୀ ସାହୁ ଗତ ୨୦୧୯ ମସିହା ଜୁଲାଇ ୫ ତାରିଖ ଭୋରରୁ ନିଜ ସ୍ତ୍ରୀଙ୍କ ସହିତ ପ୍ରାତଃ ଭ୍ରମଣରେ ଯାଉଥିଲେ। ସେହି ଗ୍ରାମର ହାଡୁ ପୁଟେଲ ତାଙ୍କୁ ଅଟକାଇ ଟାଙ୍ଗିଆରେ ଚୋଟମାରି ଆକ୍ରମଣ କରିଥିଲା। ଏନେଇ ସଦର ଥାନାରେ କେସ ନଂ. ୨୩୧/୨୦୧୯ରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ହାଡୁ ପୁଟେଲକୁ କୋର୍ଟ ଚାଲାଣ କରିଥିଲା। ଗତକାଲି ଭବାନୀପାଟଣା ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଡ. କିରଣ ପ୍ରଧାନ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ସରକାରୀ ଓକିଲ ରାଜ କମଲ ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।
The post ଅବସରପ୍ରାପ୍ତ ଶିକ୍ଷକଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ଘଟଣା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ first appeared on Sambad.from ଜିଲ୍ଲା | Sambad https://ift.tt/3G8Feqe
0 Comments