
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନାମରେ ନକଲି ଫେସ୍ବୁକ୍ ଆକାଉଣ୍ଟ ଖୋଲାଯାଇଛି। ଏନେଇ ନିଜେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ରାଣାଙ୍କ ସୂଚନା ଅନୁସାରେ, କେହି ଜଣେ ତାଙ୍କ ଫଟୋକୁ ବ୍ୟବହାର କରି ତାଙ୍କ ନାମରେ ଏକ ନକଲି ଫେସ୍ବୁକ୍ ଆକାଉଣ୍ଟ ଖୋଲିଛି।
ଏହି ନକଲି ଫେସ୍ବୁକ୍ ଆକାଉଣ୍ଟ ପ୍ରତି ସମସ୍ତେ ସତର୍କ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସେ ଜଣାଇଛନ୍ତି।
The post ଜିଲ୍ଲାପାଳଙ୍କ ନାଁରେ ନକଲି ଫେସ୍ବୁକ୍ ଆକାଉଣ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3ph8DYz
0 Comments