
ଫୁଲବାଣୀ : ଶୁକ୍ରବାର ଦିନ ଫୁଲବାଣୀ ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଏକ ଅପ୍ରାକୃତିକ ଯୌନସମ୍ପର୍କ ଓ ପରେ ହତ୍ୟା ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ଦଣ୍ଡ ସହ ୧ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଆଦାୟ ଅର୍ଥକୁ ପୀଡ଼ିତଙ୍କ ପରିବାରକୁ କ୍ଷତିପୂରଣ ଭାବେ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ, ଗତ ୨୦୧୬ ମସିହା ମାର୍ଚ୍ଚ ୧୪ ତାରିଖ ଦିନ ଫୁଲବାଣୀ ସଦର ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ୯ ବର୍ଷର ନାବାଳକ ପୁତ୍ର ନିଖୋଜ ହୋଇଥିବା ନେଇ ଏକ ଏତଲା ସଦର ଥାନାରେ ଦେଇଥିଲେ। ଫୁଲବାଣୀ ସଦର ଥାନା ପୁଲିସ ଏକ ମାମଲା (୩୨/୧୪.୦୩. ୨୦୧୬) ରୁଜୁ କରି ନାବାଳକକୁ ଖୋଜାଖୋଜି କରିଥିଲେ। ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ଫୁଲବାଣୀ ସଦର ଥାନା ଅନ୍ତର୍ଗତ ମାସାପଦର ଗ୍ରାମର ପୃଥ୍ବୀରାଜ ପ୍ରଧାନ (୨୦) ଏବଂ ରାଜ ନାରାୟଣ ପ୍ରଧାନ (୨୧) ଗତ ୨୦୧୬ ମସିହା ମାର୍ଚ୍ଚ ୧୨ ତାରିଖ ଶନିବାର ଅପରାହ୍ଣରେ ନାବାଳକକୁ କୌଶଳ କ୍ରମେ ଡାକିନେଇ ଏକ ନିର୍ଜନ ସ୍ଥାନରେ ତା’ ସହ ଜୋର ଜବରଦସ୍ତ ଭାବେ ଅପ୍ରାକୃତିକ ଯୌନ ସମ୍ପର୍କ କରିଥିଲେ। ନାବାଳକ ଜଣକ ଏ ଦୁଇ ଜଣଙ୍କୁ ଚିହ୍ନିଥିବାରୁ ଏବଂ ଏମାନଙ୍କ ନାମ ଘରେ ପ୍ରକାଶ କରିଦେବ ବୋଲି କହିବାରୁ ଅଭିଯୁକ୍ତ ଦ୍ବୟ ନାବାଳକର ମୁହଁରେ ଗାମୁଛା ବାନ୍ଧି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ।
The post ନାବାଳକକୁ ହତ୍ୟା ମାମଲା: ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍, ୧.୬୫ ଲକ୍ଷ ଜରିମାନା first appeared on Sambad.from ଜିଲ୍ଲା | Sambad https://ift.tt/3GsJS2T
0 Comments