
ସଇନ୍ତଳା : ଟିଟିଲାଗଡ଼ ରେଂଜ ବଡ଼ମାଳ ଫପସୀ ଗାଁରେ ଗୁରୁବାର ସନ୍ଧ୍ୟାରେ ବଡ଼ମାଳ ବନ ବିଭାଗ ଚଢ଼ଉ କରି ୬୪ଟି ଶାଗୁଆନ କାଠ ଜବତ କରିବା ସହ ଜଣକୁ ଗିରଫ କରିଛି। ବଡ଼ମାଳ ବନବିଭାଗ ଅଧିକାରୀ ପ୍ରିୟଙ୍କା ପୋଢ଼ଙ୍କ ସୂଚନା ଅନୁସାରେ, ବଡ଼ମାଳ ଫରେଷ୍ଟ ଡିଭିଜନ କର୍ମଚାରୀ ଓ ବଡ଼ମାଳ ଫାଣ୍ତି ଅଧିକାରୀ ସବେର୍ଶ୍ବର ସାହୁ ଫପସୀ ଗାଁର ଇବ୍ରାହିମ ଖାନଙ୍କ ଘରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ୬୪ଟି ଶାଗୁଆନ କାଠପଟା ଜବତ କରାଯାଇ ଇବ୍ରାହିମକୁ ଗିରଫ କରାଯାଇଥିଲା। ଜବତ କାଠପଟାର ମୂଲ୍ୟ ୬୦ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।
The post ବଡ଼ମାଳ ବନ ବିଭାଗ ପକ୍ଷରୁ ୬୪ଖଣ୍ତ ଶାଗୁଆନ କାଠ ଜବତ, ଜଣେ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3GdxMuh
0 Comments