
ବାହାନଗା: ଖନ୍ତାପଡ଼ା ଥାନା ବାହାନଗା ବ୍ଲକ ପଣାପଣା ପଞ୍ଚାୟତ ଅଞ୍ଚଳରୁ ତିନି ନାବାଳକ ସାଙ୍ଗ ଗୁରୁବାର ଅପରାହ୍ନରେ ଟ୍ୟୁସନ ଯାଇ ଫେରି ନଥିବା ବେଳେ ସନ୍ଧ୍ୟାରେ ଜଣେ ନିଖୋଜ ଛାତ୍ର ତାଙ୍କ ଘର ମୋବାଇଲକୁ ଫୋନ କରି ସେମାନଙ୍କୁ ନଖୋଜିବା ପାଇଁ କହିଥିଲେ। ଏହା ପରେ ସମ୍ପୃକ୍ତ ନାବାଳକଙ୍କ ଘର ଲୋକେ ଖନ୍ତାପଡ଼ା ଥାନାରେ ଏତଲା ଦେଇଥିଲେ।
ଖନ୍ତାପଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେପଟେ ସେମାନେ କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଯାଉଥିବା ବେଳେ ଭଦ୍ରକ ଅଞ୍ଚଳର ଜଣେ ବ୍ୟକ୍ତି ଟ୍ରେନରେ ତାଙ୍କୁ ପଚରା ଉଚରା ପରେ ଖନ୍ତାପଡ଼ା ଥାନାକୁ ଖବର ଦେଇଥିଲେ। ସେମାନଙ୍କୁ ତାମିଲନାଡ଼ୁର ଭେଲପୁର ଷ୍ଟେସନରେ ଓହ୍ଲାଇ ଜିଆରପି ଜିମାରେ ଦିଆଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ତିନି ନାବାଳକ ସାଙ୍ଗ ଘରକୁ ଫେରିନଥିବା ସୂଚନା ମିଳିଛି।
The post ନିଖୋଜ ୩ ନାବାଳକ ସାଙ୍ଗ ତାମିଲନାଡ଼ୁରୁ ଠାବ first appeared on Sambad.from ଜିଲ୍ଲା | Sambad https://ift.tt/3Em6ktO
0 Comments