ଉତ୍କେଲା/କେସିଙ୍ଗା: କେସିଙ୍ଗା ଥାନା ୨୬ନଂ ଜାତୀୟ ରାଜପଥ ବୋରିଆ ନିକଟରେ ବାଇକ-ସାଇକେଲ ଆରୋହୀଙ୍କ ମଧ୍ୟରେ ଧକ୍କା ହେବାରୁ ଗୁରୁବାର ସାଇକେଲ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ଶୁକ୍ରବାର ସନ୍ଧ୍ୟାରେ ମୃତକଙ୍କ ପରିବାର ପକ୍ଷରୁ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି।

ସୂଚନାନୁସାରେ କେସିଙ୍ଗା ବ୍ଲକ୍‌ ବୋରିଆ ଗ୍ରାମର କ୍ଷୀରସିନ୍ଧୁ ଶିକା (୬୪) ଗୁରୁବାର ନିଜ ଜମିକୁ ସାଇକେଲରେ ଯାଉଥିଲେ। ସକାଳ ୮ଟାରେ ଏକ ବାଇକ୍‌ (ଓଡି୦୮ଏ-୩୯୫୧) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ କ୍ଷୀରସିନ୍ଧୁଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସାଢ଼େ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏହାପରେ ପରିବାର ଲୋକେ ରାଜପଥ ଅବରୋଧ କରିଥିଲେ। ନଂ ୪୬୪ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି କେସିଙ୍ଗା ଥାନା ଏସ୍‌ଆଇ ଲୋରିସ ପ୍ରଧାନ ପ୍ରକାଶ କରିଛନ୍ତି।

The post ବାଇକ୍‌ ଧକ୍କାରେ ସାଇକେଲ୍‌ ଚାଳକଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3DnuNh1