
ବିନିକା/ସେଲେଡି: ସୋନପୁର ଓ ବଲାଙ୍ଗୀର ବନବିଭାଗ ପକ୍ଷରୁ ଶୁକ୍ରବାର ସକାଳୁ ବିନିକା ସାହୁ ଫର୍ନିଚର ଗୋଦାମରେ ଚଢ଼ଉ କରାଯାଇଥିଲା। ବଲାଙ୍ଗୀର ଡିଏଫ୍ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ ହୋଇଥିଲା। ବିନିକା ଜୁହ୍ନାପଡ଼ାରେ ରହିଛି ଏହି ଦୋକାନ। ଚଢ଼ଉ ସମୟରେ ଗୋଦାମରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଶାଗୁଆନ କାଠପଟା ଓ କାଠ ସାମଗ୍ରୀ ଜବତ କରାଯାଇଥିଲା।
୫ ଜଣଙ୍କୁ ଅଟକ ରଖାଯାଇଥିବା ସୋନପୁର ଏସିଏଫ୍ ପ୍ରଫୁଲ୍ଲ ଧରୁଆ ସୂଚନା ଦେଇଛନ୍ତି। ବଲାଙ୍ଗୀର ଫରେଷ୍ଟର ବ୍ୟାସଦେବ ସାହୁ, ଠଣସୁନ୍ଦର ଧରୁଆ, ସୋନପୁର ରେଞ୍ଜର୍ ମନୋରଞ୍ଜନ ବାଘ, ବିନିକା ରେଞ୍ଜର ଶିବପ୍ରସାଦ ନାଏକ, ବିନିକା ଫରେଷ୍ଟର ଜନାର୍ଦ୍ଦନ ସ୍ଵାଇଁ ,ରାମପୁର ଫରେଷ୍ଟର ଲିଙ୍ଗରାଜ ନାୟକ, ଉଲୁଣ୍ଡା ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ସମେତ ବନବିଭାଗ କର୍ମଚାରୀ ଚଢ଼ଉରେ ସାମିଲ ଥିଲେ।
The post ଫର୍ନିଚର ଗୋଦାମରେ ଚଢ଼ଉ, ୫ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/3Ep5Frh
0 Comments