
ଜୟପୁର: ଆସୁଛି ବାତ୍ୟା ‘ଜୱାଦ’। ପାଣିପାଗ ବିଭାଗ ଏ ନେଇ ସ୍ପଷ୍ଟ କରିଛି। ୱେଲ ୱାର୍ଣ୍ଣି ବି କୋରାପୁଟ ଜିଲ୍ଲା ପାଇଁ ଜାରି ହୋଇଛି। ୪ ତାରିଖରେ ଓଡିଶା ଛୁଇଁବ। ୫ରେ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଜମିରେ ପାଣି ଜମା ରହିଲେ ଧାନ କାଟି ହେବ ନାହିଁ। ବହୁ ଜମିରେ ଧାନ ପାଚି ଗଲାଣି। ଧାନ କେଣ୍ଡା ଓହଳିବାରେ ଲାଗିଲାଣି। ତେଣୁ ଚାଷୀ ମାନେ ଆଉ କାଳ ବିଳମ୍ବ ନ କରି ଧାନ କଟା ଓ ଅମଳର ୨ରକମର ମେସିନ୍ ଲଗାଇ ଧାନ ଅମଳ କରୁଛନ୍ତି ଚାଷୀ। କିଛି ଚାଷୀ ଜମିରେ ଧାନ କାଟିବା ସାଙ୍ଗେ ସାଙ୍ଗେ ଜମିରେ ଅଳ୍ପ ସୁଖିବା ପରେ ତୁରନ୍ତ ଜମି ପାର୍ଶ୍ବକୁ ଆଣି ଅମଳ କରିବାରେ ଲାଗି ପଡ଼ିଛନ୍ତି। ଏଭଳିକି ରାତି ଦିନ ଏକ କରି ଦେଇଛନ୍ତି। କିଛି ସ୍ଥାନରେ ଧାନ କଟା ମେସିନ୍ ମିଳୁ ନଥିବାରୁ ଧାନ କାଟି ତୁରନ୍ତ ଥ୍ରେସିଂ ମେସିନରେ ପକାଇ ଧାନ ଅମଳ କରି ବସ୍ତାରେ ପ୍ୟାକ୍ କରି ରଖୁଥିବା ଦେଖିବାକୁ ମିଳିଛି।
ପରବର୍ତ୍ତୀ ସମୟରେ ଧାନ ମଣ୍ଡିରେ ବିକ୍ରି କରିବା ବେଳେ କଟନି ଛଟନି ସମସ୍ୟା ଉପୁଜିବା ସମ୍ଭାବନା ରହିଛି ବୋଲି ଚାଷୀ ନବିନ ପାତ୍ର, ରଘୁ ଅମନାତ୍ୟ, ହରିହର ପୂଜାରୀ କହିଛନ୍ତି। ତେବେ ଜୟପୁର ଓ ବୋରୁଗୁମ୍ମା ବ୍ଲକର ପନି ପରିବା ଚାଷୀ ହିଁ ବାତ୍ୟାକୁ ନେଇ ଭୟରେ ରହିଛନ୍ତି। ପ୍ରାୟ ୮୫ ପ୍ରତିଶତ ଧାନ କଟା ସରିଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ। ତଥାଫି ବିଭାଗୀୟ କ୍ଷେତ୍ର କର୍ମଚାରୀ, କୃଷକ ସାଥୀ ଆଦିଙ୍କ ଦ୍ବାରା ଗତ କିଛି ଦିନ ହେବ ସମ୍ଭାବ୍ୟ ବାତ୍ୟାକୁ ନେଇ ଗ୍ରାମାଞ୍ଚଳରେ ଚାଷୀଙ୍କୁ ତୁରନ୍ତ ଧାନ କାଟି ଅମଳ କିମ୍ବା ଘରର ଖଳାରେ ପଲିଥିନ ଘଡାଇ ରଖିବାକୁ କୁହାଯାଇଛି ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ।
The post ସମ୍ଭାବ୍ୟ ବାତ୍ୟା ଭୟ, ଜୋର ଧରିଲା ଧାନ କଟା ଓ ଅମଳ first appeared on Sambad.from ଜିଲ୍ଲା | Sambad https://ift.tt/3IdiB5X
0 Comments