ତୁଷୁରା: ବଲାଙ୍ଗୀର ବନ ବିଭାଗର ମୋବାଇଲ ସ୍କ୍ବାଡ୍‌ ବୁଧବାର ତୁଷୁରା ଓ ଚାଣ୍ଟିପଦର ଗାଁରେ ଥିବା ବିଭିନ୍ନ ଫର୍ନିଚର ଦୋକାନରେ ଚଢ଼ଉ କରିଥିଲା। ତୁଷୁରାର ନରେନ୍ଦ୍ର ସେଲ୍‌ସ ଓ ଚାଣ୍ଟିପଦର ଗାଁର ଭବସାଗର ଷ୍ଟିଲ ଇଣ୍ତଷ୍ଟ୍ରି ଦୋକାନରେ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରିଥିଲା। ଦୋକାନ ମାଲିକ ଦେଇଥିବା କାଗଜପତ୍ର ଦୋକାନ ସହିତ ଟେଲି କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବହୁ ସମୟ ଧରି ଯାଂଚ କରିବା ପରେ ମଧ୍ୟ ବନ ବିଭାଗର ହାତ ଖାଲିଥିବାରୁ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଏହି ଚଢ଼ଉ ଖବର ପାଇ ତୁଷୁରାରେ ଥିବା ଅନ୍ୟ ସମସ୍ତ ଫର୍ନିଚର ଦୋକାନ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଥିଲା। ଏହି ମୋବାଇଲ ସ୍କ୍ବାଡ୍‌ରେ ସୁନୀଳ ମିଶ୍ରଙ୍କ ନେତୃତ୍ବରେ ଫରେଷ୍ଟର ନବକିଶୋର ଦାସ, ଦେଓଗାଁ ଫରେଷ୍ଟର ଅଶ୍ବିନୀ ଥନାପତି, ଫରେଷ୍ଟଗାର୍ଡ଼ ଚନ୍ଦ୍ରକାନ୍ତୀ କୁମାରୀ, ବିପିନ ବିହାରୀ ଭୋଇ, ପ୍ରଜ୍ଞା ପ୍ରିୟଦର୍ଶନୀ ମହାରଣା, ତୁଳସୀ ସ୍ବାଇଁ, ମଧୁସ୍ମିତା ବେହେରା ଓ ପାରା ଷ୍ଟାଫ ପ୍ରମୁଖ ସାମିଲ ଥିଲେ।

The post ଫର୍ନିଚର ଦୋକାନରେ ବନ ବିଭାଗର ଚଢ଼ଉ first appeared on Sambad.

from ଜିଲ୍ଲା | Sambad https://ift.tt/3ocuT6y