ବିନିକା: ପ୍ରସିଦ୍ଧ ଚଳଚ୍ଚିତ୍ର ‘ଶଲାବୁଢ଼ା’ର ମୁଖ୍ୟ ନାୟକ ଚରିତ୍ରରେ ଅଭିନୟ କରି ‘ଶଲାବୁଢ଼ା’ ଭାବେ ପରିଚିତ ସ୍ବର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ‘ଅଟଳ ପୁସ୍ତକ’ ଉନ୍ମୋଚିତ ହୋଇଛି। ବିନିକା ପାପକ୍ଷୟ ଲୋକମହୋତ୍ସବ କମିଟି ତରଫରୁ ବୁଧବାର ବିନିକା ଏନଏସି ଅଫିସ ପରିସରରେ ସ୍ବର୍ଗତ ପଣ୍ଡାଙ୍କ ଜୟନ୍ତୀ ପାଳନ କରାଯାଇଥିଲା।

ମହୋତ୍ସବ କମିଟି ସଭାପତି ଧର୍ମରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉକ୍ତ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ପଣ୍ଡା ବିନିକା ଅଞ୍ଚଳର ଗର୍ବ ଓ ଗୌରବ ବୋଲି କହିଥିଲେ। ଡିଆାର୍‌ଡିଏ ପିଡି ଡୋଳାମଣି ପଟେଲ ମୁଖ୍ୟବକ୍ତା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ, ଏନ୍‌ଏସିର ପୂର୍ବ ଅଧ୍ୟକ୍ଷ ଉଷତ କର, ଓଡ଼ିଶା ସଂଗୀତ ନାଟକ ଏକାଡେମି ସଦସ୍ୟ ଶାଶ୍ୱତ ତ୍ରିପାଠୀ, ବିନିକା ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାଶ, ପାପକ୍ଷୟ ଲୋକ ମହୋତ୍ସବ କମିଟି ସମ୍ପାଦକ ସମିର ରଞ୍ଜନ ପଣ୍ଡା, ଭୀମସେନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଅଟଳ ପୁସ୍ତକର ମୁଖ୍ୟ ସମ୍ପାଦକ ଉଷତ ପ୍ରସାଦ କର, ସମ୍ପାଦକ ହିମାଂଶୁ ଭୂଷଣ ପଣ୍ଡା, ପରିକଳ୍ପନା ଶାଶ୍ବତ ତ୍ରିପାଠୀ, ସମ୍ପାଦନା ଧୀରେନ୍ଦ୍ର ନାୟକ, ଅଶୋକ ବିଶି, ଅନିଲ ମିଶ୍ର, ଧର୍ମେନ୍ଦ୍ର ଥନାପତି ଥିଲେ। ଏଥିରେ ଲେଖକ, କବି, ଗାଳ୍ପିକ, ସହ ବିନିକା ସହରବାସୀ ଉପସ୍ଥିତ ଥିଲେ।

The post ଶଲାବୁଢ଼ା ଅଟଳ ବିହାରୀ ପଣ୍ଡାଙ୍କ ଅଟଳ ପୁସ୍ତକ ଉନ୍ମୋଚିତ first appeared on Sambad.

from ଜିଲ୍ଲା | Sambad https://ift.tt/3rto2rK