ନିଶ୍ଚିନ୍ତକୋଇଲି : ବୋମା ଭିଡ଼ୁଥିବା ବେଳେ ଜଣେ ଯୁବକଙ୍କ ପ୍ରାଣ ଯାଇଛି। ମୃତ ଯୁବକଙ୍କ ସହ ବୋମା ଭିଡ଼ିବା କାର୍ଯ୍ୟରେ ଆହୁରି ୩/୪ ଜଣ ସାମିଲ ଥିବା ବେଳେ ସେମାନଙ୍କ ସଂପର୍କରେ କୌଣସି ସୂଚନା ମିଳୁ ନାହିଁ। ସେମାନେ ଆହତ ହୋଇଥିଲେ ବି ପୁଲିସ ଭୟରେ ଫେରାର ହୋଇଯାଇଥିବା କୁହାଯାଉଛି। ଏଭଳି ଏକ ସଂଗିନ ଘଟଣା ଘଟିଛି ନେମାଳ ଥାନା ଅନ୍ତର୍ଗତ ଦାଉଦପୁର ପଞ୍ଚାୟତ ନାହାଳପୁର କବରସ୍ଥାନ ନିକଟରେ। ଆଜି ସ˚ଧ୍ୟା ପୟା ସ‌ାଢେ ଛଅଟା ବେଳେ ଅପରାଧ ଘଟାଇବା ପାଇଁ ବୋମା ଭିଡୁଥିବା ବେଳେ ବୋମା ବିସ୍ପୋରଣ ଘଟିଥିବା ଆଶଙ୍କା କରାଯାଉଛି।

ନରେନ୍ଦ୍ର ପୁର ବିଟ୍‌ ହାଉସ୍‌ ଅଧୀନରେ ଯାଉଥିବା ନାହାଳପୁର କବରସ୍ଥାନ ନିକଟରେ ୩/୪ଜଣ ଯୁବକ ବିଭିନ୍ନ ଅପରାଧ ଘଟାଇବା ପାଇଁ ବୋମା ଭିଡୁଥିଲେ। ବୋମା ବିସ୍ଫୋରଣ ଘଟିବାରୁ ସେଥିରେ ଦାଉଦପୁର ପଞ୍ଚାୟତ ନାହାଳପୁର ଗ୍ରାମର ଭିକା ମିର୍ଜା ବେଗ୍‌ଙ୍କ ପୁଅ ମିର୍ଜା ମୁସ୍ତାଫ୍‌ ବେଗ୍‌(୨୨) ଗୁରୁତର ଆହାତ ହୋଇ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଖବର ପାଇ ନରେନ୍ଦ୍ରପୁର ଫାଣ୍ତି ଅଧିକାରୀ ପ୍ରସନ୍ନ କୁମାର ମାହାଳୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ଯୁବକଙ୍କ ସଂପର୍କରେ ଖୋଜଖବର ପାଇଁ ଉଦ୍ୟମ କରାଯାଉଛି।

ଅନ୍ୟପଟେ ଏହି ସ୍ଥାନରେ ଅସମାଜିକ ଯୁବକ ମାନେ ବିଭିନ୍ନ ଅପରାଧିକ ଘଟଣାପାଇଁ ରୀତିମତ ବୋମା ଭିଡିବା ଘଟଣା ଜଣାଥିଲେ ମଧ୍ୟ ନେମାଳ ପୁଲିସ୍‌ କାହିଁକି ନିରବଦ୍ରଷ୍ଟା ସାଜିଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଅସାମାଜିକମାନେ ଏଠାରେ ବୋମା ପ୍ରସ୍ତୁତ କରି ବାହାରର ଅପରାଧୀଙ୍କୁ ଚାଲାଣ କରୁଥିବା ମଧ୍ୟ ଅଭିଯୋଗ ରହିଛି।

The post ବୋମା ଭିଡ଼ିଲା ବେଳେ ବିସ୍ଫୋରଣ : ଯୁବକଙ୍କ ଜୀବନ ଗଲା; ଏକାଧିକ ଆହତ first appeared on Sambad.



from ଜିଲ୍ଲା – Sambad https://ift.tt/2H8YviG