କଟକ: ରାଜ୍ୟ ସର୍ବବୃହତ ବ୍ୟବସାୟୀକ କେନ୍ଦ୍ର କୁହାଯାଉଥିବା ମାଲଗୋଦାମରେ ଆଜି ଦ୍ବିତୀୟ ଥର ୩ ଟି ନକଲି ଫ୍ୟାକ୍ଟ୍ରି ଠାବ ହୋଇଛି। ଏହି ଫ୍ୟାକ୍ଟ୍ରିରେ ନଷ୍ଟ ହୋଇଯାଇଥିବା ହଳଦୀ, ଲଙ୍କା ଏବ˚ ପୋକରା ଚାଉଳ ଖୁଦରେ ନକଲି ମସଲା ଗୁଣ୍ତ ପ୍ରସ୍ତୁତ ହେଉଥିଲା। ମାଲଗୋଦାମ ଥାନା ପୁଲିସ ଆଜି ମୋଟ ୯୦ କୁଇଣ୍ଟାଲ୍‌ ଭେଜାଲ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ତେବେ ତିନୋଟି ବ୍ୟାବସାୟୀକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ପ୍ରାୟ ୧୦ରୁ ଅଧିକ କର୍ମଚାରୀ ଗିରଫ ଭୟରେ ଫେରାର ହୋଇଯାଇଛନ୍ତି। ମାଲଗୋଦାମ ଭଳି ବ୍ୟବସାୟୀକ ପ୍ରତିଷ୍ଠାନରେ ଏଭଳି କେଳେଙ୍କାରୀ ଘଟଣା ଉଦବେଗର କାରଣ ହୋଇଛି।

ସୂଚନା ଅନୁଯାୟୀ, ମାଲଗୋଦାମ ବ୍ୟବସାୟୀକ ପ୍ରତିଷ୍ଠାନ ଭିତରେ ହଳଦୀ, ଲଙ୍କା, ଜିରା ଓ ଧନିଆର ନକଲି ଫ୍ୟାକ୍ଟ୍ରି ଗତକାଲି ଠାବ ହୋଇଥିଲା। ଏହି ଫ୍ୟାକ୍ଟ୍ରିରୁ ୬୦ କୁଇଣ୍ଟାଲର ଭେଜାଲ ଲଙ୍କା ଗୁଣ୍ତ, ହଳଦୀ ଗୁଣ୍ତ, ଜିରା ଓ ଧନିଆ ଗୁଣ୍ତ ଜବତ ହୋଇଥିଲା। ଏହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ଥିଲା। ପୁଲିସ ଫ୍ୟାକ୍ଟ୍ରି ମାଲିକ ମଧୁପାଟଣାର ସଚ୍ଚିଦାନନ୍ଦ ସାହୁଙ୍କ ସମେତ କର୍ମଚାରୀ ଚାଉଳିଆଗଞ୍ଜର ଯୁଧିଷ୍ଠିର ଜେନା ଏବ˚ ମାଲଗୋଦାମର ସେକ୍‌ ମିର୍ଜାକୁ ଜେରା କରିବା ପରେ ଆଜି ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା। ସମାନ ଧରଣର ମାଲଗୋଦାମରେ ଆହୁରି ୩ଟି ନକଲି ହଳଦୀ ଓ ଲଙ୍କା ଫ୍ୟାକ୍ଟ୍ରି ଚାଲିଥିବା ଜଣାପଡ଼ିଥିଲା। ଏହି ଫ୍ୟାକ୍ଟ୍ରି ପ୍ରାୟ ୩ ବର୍ଷ ହେବ ମାଲଗୋଦାମ ଭିତରେ ଚାଲିଆସୁଥିବା ପୁଲିସ ଖବର ପାଇ ଆଜି ଚଢ଼ଉ କରିଥିଲା। ଚଢ଼ଉ ପୂର୍ବରୁ ଫ୍ୟାକ୍ଟ୍ରିର ମାଲିକ ଓ କର୍ମଚାରୀ ଫେରାର ହୋଇଯାଇଥିବା ବେଳେ ପୁଲିସ ଟିମ୍‌ ସେମାନଙ୍କୁ ଗିରଫ କରିବାକୁ ପିଛା କରୁଥିବା ସୂଚନା ମିଳିିଛି।

Sambad

ଏହି ୪ଟି ନକଲି ଫ୍ୟାକ୍ଟ୍ରି ନଷ୍ଟ ହୋଇଯାଇଥିବା ହଳଦୀ, ଲଙ୍କା ଓ ପୋକରା ଚାଉଳ ମୁଖ୍ୟତଃ ଜଗତସି˚ହପୁର, ପୁରୀ ଓ ନୟାଗଡ଼ ଜିଲ୍ଲାରୁ ଅଳ୍ପ ମୂଲ୍ୟରେ ଆମଦାନୀ କରୁଥିଲେ। ଫ୍ୟାକ୍ଟ୍ରିରେ ଏଗୁଡ଼ିକ ଗ୍ରାଇଣ୍ତି˚ କରି ଏଥିରେ ବେଞ୍ଜର କେମିକାଲ୍‌ ମିଶାଇ ଲଙ୍କା ଗୁଣ୍ତ ଓ ହଳଦୀ ଗୁଣ୍ତ ପ୍ରସ୍ତୁତ କରିଥିଲେ। ପୁଲିସ ଆଜି ଯେଉଁ ତିନୋଟି ଫ୍ୟାକ୍ଟ୍ରିରେ ଚଢ଼ଉ କରିଥିଲା, ଏହି ଫ୍ୟାକ୍ଟ୍ରିରୁ ୫୦୦ କେଜି ଭେଜାଲ ଲଙ୍କା ଗୁଣ୍ତ, ୧୮ ଶହ କେଜି ହଳଦୀ ଗୁଣ୍ତ, ୬ ହଜାର ୨୫୦ କେଜି ଚାଉଳ ଖୁଦ, ୩୦୦ କେଜି ନଷ୍ଟ ହୋଇଥିବା ହଳଦୀ, ୩୫ କେଜି ନଷ୍ଟ ହୋଇଥିବା ଲଙ୍କା, ୩ଟି ଓଜନ ଯନ୍ତ୍ର, ୩ଟି ସିଲି˚ ମେସିନ୍‌, ୬ଟି ଗ୍ରାଇଣ୍ତି˚ ମେସିନ ଇତ୍ୟାଦି ଜବତ କରିଛି। ଏହି ଚଢ଼ଉରେ ଜୋନ୍‌ ୧ ଏସିପି ଅମରେନ୍ଦ୍ର ପଣ୍ତାଙ୍କ ସମେତ ଆଇଆଇସି ରବି ନାରାୟଣ ଭଞ୍ଜ, ଏସଆଇ ସୁନିଲ ଯାଦବ, ଡି. ଗଡନାୟକ, ଏ.ବେହେରା ଏବ˚ ସିଏମସି ଫୁଡ ସେଫଟି ଇନସ୍ପେକ୍ଟର ପ୍ରତୀକ୍ଷା ଦାସ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

The post ମାଲଗୋଦାମରେ ପୁଣି ୩ ନକଲି ଫ୍ୟାକ୍ଟ୍ରି; ୩୦ ଲକ୍ଷ ଟଙ୍କାର ଭେଜାଲ୍‌ ମସଲା ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/36CyW2m