କୋରାପୁଟ: ସାମାନ୍ୟ ବଚସାକୁ ନେଇ ପତ୍ନୀଙ୍କୁ ହତ୍ୟା କରିଛି ସ୍ୱାମୀ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଧଉଡାପଦର ଗାଁରେ। ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ ରବିବାର ରାତିରେ ଏହି ଗାଁର କାର୍ତ୍ତିକ ଟାକ୍ରି  ତାଙ୍କ ପତ୍ନୀ ପାର୍ବତୀ କମାର(୨୪)ଙ୍କୁ ଏକ କାତିରେ ହାଣି ହତ୍ୟା କରିଛନ୍ତି। କାର୍ତ୍ତିକ ମଦ ପିଇ ଘରକୁ ଫେରିବା ପରେ ଏହାକୁ ନେଇ ପତ୍ନୀଙ୍କ ସହ ଝଗଡ଼ା ହେଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଏଥିରେ କାର୍ତ୍ତିକ ରାଗି ଯାଇ ପାଖରେ ପଡ଼ିଥିବା କାତିରେ ପତ୍ନୀଙ୍କୁ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପତ୍ନୀ ପାର୍ବତୀଙ୍କ ମୃତ୍ୟୁ ହେଇଥିଲା। ସଦର ଥାନା ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ କାର୍ତ୍ତିକ ଟାକ୍ରିଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ।

The post ସାମାନ୍ୟ ବଚସାରୁ ପତ୍ନୀଙ୍କୁ ହତ୍ୟା କରିଲେ ସ୍ୱାମୀ first appeared on Sambad.



from ଜିଲ୍ଲା – Sambad https://ift.tt/38nNmWv