ଟ୍ରକ୍ ପଛରେ ପିଟି ହୋଇ ସାନ ଭଉଣୀର ମୃତ୍ୟୁ, ବଡ଼ ଭଉଣୀ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଆଜି ସକାଳ ୮ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ  ପୂର୍ବରୁ ଅଟକି ରହିଥିବା ଏକ ଟ୍ରକ୍ ପଛରେ ପିଟି ହୋଇ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ, ବଡ଼ ଭଉଣୀ ଗୁରୁତର ହୋଇଥିବା ଜଣାଯାଇଛି।

ମୃତ ଛାତ୍ରୀ ହେଉଛନ୍ତି ନେଉଳପୁର ଗାଁର ସନ୍ତୋଷ କୁମାର ବେହେରାଙ୍କ ମଝିଆଁ ଝିଅ ଶ୍ୱେତା(୧୫) ଏବଂ ଆହତ ବଡ଼ ଝିଅ ସଂଗୀତା(୧୮) । ଉଭୟ ଏକ ନୂଆ ଆକ୍ଟିଭା ୬ଜି ସ୍କୁଟିରେ ଜାରକାକୁ ଟିଉସନ ହେବା ପାଇଁ ଆସୁଥିଲେ ।

The post ଟ୍ରକ୍ ପଛରେ ପିଟି ହୋଇ ସାନ ଭଉଣୀର ମୃତ୍ୟୁ, ବଡ଼ ଭଉଣୀ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3eC3p40

Post a Comment

0 Comments