ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମାର୍ଲବା ଘାଟିରେ ଏକ ମ୍ୟାକ୍ସ ପିକଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ୩୨୬- ଏ ଜାତୀୟ ରାଜପଥରେ କଟକରୁ ପାରଳାଖେମୁଣ୍ଡି ଅଭିମୁଖେ ବିଦ୍ୟୁତ୍ ସରଞ୍ଜାମ ବୋଝେଇ କରି ଆସୁଥିବା ବେଳେ ଗାଡ଼ି(ଓଡି-୦୫-ଏଏମ-୦୬୩୯) ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କିନ୍ତୁ ପିକଅପ୍ ଗାଡ଼ିର ସାମ୍ନା ପଟ ଭାଙ୍ଗିଯାଇଛି।

ଗଜପତି ଜିଲ୍ଲାର ଦୁର୍ଘଟଣା ଜୋନ୍ ଭାବେ ପରିଚିତ ମାର୍ଲବା ଘାଟିକୁ ଦୁର୍ଘଟଣା ମୁକ୍ତ କରାଯିବ ବୋଲି କହିଥିବା ପ୍ରଶାସନ କିନ୍ତୁ ଏହା କରିପାରିନାହିଁ। ପ୍ରକାଶ ଥାଉକି ଗଜପତି ଜିଲାର ୭ବ୍ଲକ ମଧ୍ୟରୁ ୫ଟି ବ୍ଲକ ଘାଟି ଅଞ୍ଚଳରେ ରହିଛି।

The post ଗଜପତି ଜିଲ୍ଲା ମାର୍ଲବା ଘାଟିରେ ପିକଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ first appeared on Sambad.



from ଜିଲ୍ଲା – Sambad https://ift.tt/32qILz3