ରାଉରକେଲା: ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜୟ ବାହାଲ ନିକଟରେ ଜଣେ କ୍ରସର୍ ମାଲିକଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ସଂପୃକ୍ତ କ୍ରସର ମାଲିକଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ତେବେ କେଉଁ କାରଣରୁ ତାଙ୍କୁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଦାଦାବଟି ସନ୍ଦେହରେ ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକ ଅନୁମାନ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କ୍ରସର୍ ମାଲିକ ପ୍ରଦୀପ କୁଣ୍ଡୁ କର୍ମଚାରୀଙ୍କୁ ଦରମା ଟଙ୍କା ପ୍ରଦାନ କରିବାକୁ ୬୬ କିମି ଦୂର ବିଜୟ ବାହାଲକୁ ଯାଇଥିଲେ। ସନ୍ଧ୍ୟା ୭ଟାବେଳେ କାମ ସାରି ସେ ଘରକୁ ଫେରୁଥିଲେ। ରାସ୍ତାରେ ତାଙ୍କ ମୋବାଇଲ୍ ଫୋନ୍ ବାଜିଥିଲା। ଏହି କାରଣରୁ ସେ ରାସ୍ତାରେ ଅଟକି ଯାଇ ଫୋନରେ କଥାବାର୍ତ୍ତା ହେଉଥିଲେ। ଏହା ପରେ ତାଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଅପହରଣ କରିଥିବା ସୂଚନା ମିଳିଛି। ଦୀପାବଳି ପୂର୍ବରୁ ତାଙ୍କୁ ଏଭଳି ଅପହରଣ କରାଯାଇଥିବା ଖବର ଅନ୍ୟ କ୍ରସର୍ ମାଲିକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

The post କ୍ରସର୍ ମାଲିକଙ୍କୁ ଅପହରଣ, ଥାନାରେ ଏତଲା first appeared on Sambad.



from ଜିଲ୍ଲା – Sambad https://ift.tt/3nggQKf