
ବାଲେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟଗଣତି ଆରମ୍ଭ ହୋଇଥିବା ଜଣାଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲଟ ଭୋଟ୍ ଗଣତି ଆରମ୍ଭ ହୋଇଛି। ସକାଳ ୬ଟାରେ ଗଣତି କେନ୍ଦ୍ରକୁ କାଉଣ୍ଟିଂ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ପ୍ରବେଶ ପାଇଁ ଛଡ଼ାଯାଇଥିଲା। ପ୍ରବେଶ ଦ୍ବାର ନିକଟରେ ମଧ୍ୟ କଡ଼ାକଡ଼ି ଯାଞ୍ଚ୍ କରାଯାଇଥିଲା। ଏହାବାଦ କୋଭିଡ ଗାଇଡଲାଇନ୍ ମାନି ଭୋଟ ଗଣତି ଆରମ୍ଭ ହୋଇଛି। ଏଠାରେ ସାମାଜିକ ଦୂରତା, ମାସ୍କ, ଫେସ ସିଲ୍ଡ, ସାନିଟାଇଜର, ୱେୟାରଲେସ ବାରିକେଡ ଓ ଟ୍ରାନ୍ସପରେଂଟ ପଲିଥିନ ସିଟ ଆଦି ବ୍ୟବସ୍ଥା ରହିଛି।
ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଛୋଟ ଛୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯାଇଛି ଏବଂ ଭିତରକୁ କ୍ୟାମେରା ବ୍ୟତୀତ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ନେବାକୁ ଅନୁମତି ମିଳିବ ନାହିଁ ବୋଲି ସୂଚନା ଦିଆଯାଇଛି। ଏହା ବ୍ୟତୀତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାରିପାଖ ରାସ୍ତାକୁ ଆସନ୍ତାକାଲି ସମ୍ପୂର୍ଣ୍ଣ ଭାବେ ସିଲ୍ କରାଯାଇଛି। ଫକୀରମୋହନ ଗୋଲେଇ, ଫାଣ୍ଡିଛକ, ଟେକ୍ନିକାଲ ସ୍କୁଲ, ଝାଡ଼େଶ୍ବର ମନ୍ଦିର ରହିଥିବା ସମସ୍ତ ପ୍ରବେଶପଥକୁ ବ୍ୟାରିକେଡ୍ ଦ୍ବାରା ବନ୍ଦ କରାଯାଇଛି। ଉକ୍ତ ସ୍ଥାନଗୁଡ଼ିକରେ ପୁଲିସ କର୍ମଚାରୀ ମୁତୟନ ରହିବେ।
The post ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟଗଣତି ଆରମ୍ଭ first appeared on Sambad.
from ଜିଲ୍ଲା – Sambad https://ift.tt/2IbEKYr
0 Comments