ନୂଆପଡ଼ା: ଛତିଶଗଡ଼ ପୁଲିସର ଗୁପ୍ତ ସୂଚନା ଆଧାରରେ ଗତକାଲି ଭୈଁସାଦନୀ ସିଆରପିଏଫ୍ ଯବାନମାନେ ମାଓ ଶିବିର ଉପରେ ଚଢଉ କରି ବିପୁଳ ପରିମାଣର ଗୁଳି ଜବତ କରିଥିବା ବେଳେ ମାଓ ସାମଗ୍ରୀ ବି ଉଦ୍ଧାର କରିଥିବାର ଖବର ମିଳିଛି। କମାଣ୍ଡାଣ୍ଟ ଉଷା ସିଂହଙ୍କ ତତ୍ତ୍ବାବଧାନରେ ଏବଂ ଅମୃତ ସିଂହଙ୍କ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ନେତୃତ୍ୱରେ ଭୈଁସାମୁଣ୍ଡି ଗ୍ରାମର ଜଙ୍ଗଲ ଉପରେ ଚଢଉ କରାଯାଇଥିଲା।

ସେଠାରେ ସିଆରପିଏଫ୍ ଯବାନମାନଙ୍କୁ ଦେଖି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ହେଲେ ଘଟଣାସ୍ଥଳରୁ ବିପୁଳ ପରିମାଣର ଗୁଳି ଓ ମାଓ ସାମଗ୍ରୀ ଜବତ କରାଯାଇଥିଲା।

The post ନୂଆପଡ଼ା: ବିପୁଳ ପରିମାଣର ଗୁଳି ଏବଂ ମାଓ ସାମଗ୍ରୀ ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/2HoBlVH