ପୁରୀ: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଅଙ୍ଗନୱାଡ଼ି କର୍ମୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରର ସ୍ପେସିଆଲ୍‌ ଜଜ୍‌ଙ୍କ ଦ୍ବାରା ଜାରି ହୋଇଥିବା ୱରେଣ୍ଟ୍‌ ଆଧାରରେ ପୁରୀ ଜିଲ୍ଲାର ପିପିଲି ଥାନା ଅନ୍ତର୍ଗତ ହାଟସାହି ଗ୍ରାମର ପ୍ରଭାତ ମିଶ୍ରଙ୍କ ପତ୍ନୀ ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଯାଇଛି। ସଂଧ୍ୟାରାଣୀ ଏବେ ପୁରୀ ବାଶେଳୀସାହିର ଅକ୍ଷୟଧାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ଭାବେ କାମ କରୁଛନ୍ତି।

ଭିଜିଲାନ୍ସ ସଂଧ୍ୟାରାଣୀଙ୍କ ପରିବାର ରହୁଥିବା ତାଙ୍କ ବାପାଙ୍କ ଘରେ, ବାଶେଳୀସାହିର ମାଛ ମାର୍କେଟ ନିକଟରେ ଥିବା ତ‌ାଙ୍କର ଏକ ଆଜବେଷ୍ଟ୍ ଘରେ, ପୁରୀ ସଦର ଥାନାରେ ଥିବା ତାଙ୍କର ଆଉ ଏକ ଆଜ୍‌ବେଷ୍ଟ ଘରେ, ବାଶେଳୀସାହିର ଲୋକନାଥ ରୋଡ୍‌ର ହାତୀଶାଳରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ ବିଲ୍ଡିଂରେ, ହାତୀଶାଳରେ ଥିବା ତାଙ୍କ ଶଶୁର ଘରେ, ପୁରୀର ଦେଲେୱାରେରେ ଥିବା ତାଙ୍କ ସ୍ବାମୀଙ୍କ ଅଫିସ୍‌ରେ ଓ ବାଶେଳୀସାହିର ଅକ୍ଷୟଧାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ସବୁ ଚଢ଼ାଉ କରିଥିବା ଜାଣିବାକୁ ମିଳିଛି।

The post ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅଙ୍ଗନୱାଡ଼ି କର୍ମୀ ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ first appeared on Sambad.



from ଜିଲ୍ଲା – Sambad https://ift.tt/3pjhbwE