
କଟକ: କଟକ ମଧୁପାଟଣାସ୍ଥିତ ମିଲନ ଷ୍ଟୁଡିଓରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଗାଇଛନ୍ତି ଗୀତ। ଅର୍ମାନ ମ୍ୟୁଜିକ୍ରେ ନିଶା ନିବାରଣ ବାର୍ତା ଉପରେ ଆଧାରିତ ଏହି ଗୀତକୁ ସେ ରାପ୍ ଶୈଳୀରେ ଗାଇଛନ୍ତି। ଗୀତରେ ନିଶା ନିବାରଣ ନେଇ ସଚେତନତା ବାର୍ତ୍ତା ରହିଛି। ବିଧାୟକ ଶ୍ରୀରାଉତରାୟଙ୍କ କଣ୍ଠରେ ଏହା ଲୋକଙ୍କ ମନକୁ ଛୁଇଁବ ବୋଲି କହିଛନ୍ତି ଗୀତିକାର ତପୁ ନାୟକ ଓ ସଂଗୀତ ନିର୍ଦେଶକ ଜାପାନୀ। ଏହାପୂର୍ବରୁ ସେ ରଙ୍ଗବତୀ ଗୀତ ଗାଇଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଗୀତକୁ ଲୋକମାନେ ବେଶ୍ ପସନ୍ଦ କରିଥିଲେ। ରେକର୍ଡିଂ ହୋଇଥିବା ଏହି ଗୀତଟି ନୂଆବର୍ଷରେ ମୁକ୍ତିଲାଭ କରିବ ବୋଲି ସଂଗୀତ ନିର୍ଦେଶକ ଜାପାନୀ ସୂଚନା ଦେଇଛନ୍ତି।
The post ବିଧାୟକ ସୁର ରାଉତରାୟ ଗାଇଲେ ରାପ୍ first appeared on Sambad.
from ଜିଲ୍ଲା – Sambad https://ift.tt/37Q3YW8
0 Comments