ବାମରା/ସୁନ୍ଦରଗଡ଼ : ସମ୍ବଲପୁର ଜିଲ୍ଲା ସୀମାନ୍ତ ସୁନ୍ଦରଗଡ଼ ଧାରୁଆଡିହି ଥାନା ଅନ୍ତର୍ଗତ କୁଅଁରମାଲ ଗାଁରେ ବୁଧବାର ଅପରାହ୍‌ଣରେ ପ୍ରାୟ ୪ଟାରେ ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ତୁଲାରାମ ନାଏକ (୬୭)। ପୁଲିସ ସୂଚନା ଅନୁଯାୟୀ କୁଅଁରମାଲ ଗ୍ରାମର ତୁଲାରାମ ବୁଧବାର ଅପରାହ୍‌ଣରେ ନିଜ ଘରକୁ ଲାଗି ଥିବା ଖାଲି ଜାଗାରେ କିଛି ଭଙ୍ଗା ଇଟା ଦେଇ ଛୋଟିଆ ବାଡ଼ ତିଆରି କରୁଥିଲେ। ତାଙ୍କ ସହ ରହୁଥିବା ବିଧବା ସାନ ଭଉଣୀ ସୁକାନ୍ତି(୬୦) ତାଙ୍କ ପାଇଁ ପିଇବା ପାଣି ଧରି ଆସୁଥିବା ବେଳେ ପଡ଼ୋଶୀ ଦୁବରାଜ ପ୍ରଧାନ (୫୦) ଏକ ଫାର୍ସା(ତାବଲି)ରେ ତୁଲାରାମଙ୍କୁ ଅତର୍କିତ ଭାବେ ୩-୪ ଚୋଟ ପକାଇଥିଲେ। ଏଥିରେ ବୃଦ୍ଧ ଜଣକ ସେହି ଜାଗାରେ ହିଁ ଟଳି ପଡ଼ିଥିଲେ। ପୁଲିସ ଅଭିଯୁକ୍ତ କୁହାଯାଉଥିବା ଦୁବରାଜକୁ ତାଙ୍କ ଘରୁ କାବୁ କରିଥିଲା। ମୃତକଙ୍କ ପୁଅ ରଂଜନଙ୍କ ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି।

The post ସୁନ୍ଦରଗଡ଼ : ବୃଦ୍ଧଙ୍କୁ ନିର୍ମମ ହତ୍ୟା first appeared on Sambad.



from ଜିଲ୍ଲା – Sambad https://ift.tt/39D6iRQ