
ବାଲେଶ୍ବର/ରେମୁଣା : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିରେ ଧକ୍କା ଲାଗି ଜଣେ ନାବାଳକ ଆହତ ହୋଇଛନ୍ତି। ଆହତ ନାବାଳକଜଣକ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ମାକନ୍ଦା ଗ୍ରାମର ଶରତ ମଙ୍ଗଳଙ୍କ ପୁଅ।
ବୁଧବାର ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଉକ୍ତ ଗାଁରୁ ଫେରୁଥିବାବେଳେ ବାଟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ମନ୍ତ୍ରୀ ନିଜେ ଆହତ ନାବାଳକଙ୍କୁ ଗାଡ଼ିରେ ବସାଇ ଜିଲ୍ଲା ଡାକ୍ତରଖାନାକୁ ଆଣିଥିଲେ। ଅଣ୍ଟାରେ ଯନ୍ତ୍ରଣା ହେଉଥିବା ସେ କହୁଥିବା ବେଳେ ତାଙ୍କର ଚିକିତ୍ସା କରାଇବାକୁ ମନ୍ତ୍ରୀ ନିଜ କର୍ମୀଙ୍କୁ ଦାୟିତ୍ବ ଦେଇ ନିଜ କାମରେ ଯାଇଥିଲେ। ନାବାଳକଙ୍କ ମାଆଙ୍କ ଅଭିଯୋଗ ଅନୁସାରେ; ତାଙ୍କ ପୁଅ ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ମନ୍ତ୍ରୀଙ୍କ ଗାଡ଼ି ଧକ୍କା ଲଗାଇଥିଲା। ଯେଉଁଥିରେ ତାଙ୍କ ପୁଅ ଆହତ ହୋଇଥିବା ବେଳେ ସାଇକଲ୍ ଭାଙ୍ଗିଯାଇଛି। ସେପଟେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଯେହେତୁ ଦୁର୍ଘଟଣା ଘଟିଥିବା ସ୍ଥାନରେ ରାସ୍ତାଟି ବଙ୍କା ଥିଲା, ମନ୍ତ୍ରୀଙ୍କ ଗାଡ଼ି ଡ୍ରାଇଭର ନାବାଳକଙ୍କୁ ଦେଖିପାରି ନଥିଲେ ।
The post କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଆହତ first appeared on Sambad.
from ଜିଲ୍ଲା – Sambad https://ift.tt/39D6n86
0 Comments