
ସମ୍ବଲପୁର: ଫେସ୍ବୁକ୍ରେ ପ୍ରେମ ଓ ଭିଡିଓ ଚାଟିଂ ମହଙ୍ଗା ପଡ଼ିଲା। ଭିଡିଓ ଚାଟିଂ ସମୟର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ସ୍କ୍ରିନ୍ ସଟ୍ ମାରି ଏବେ ପୁରୁଷ ବନ୍ଧୁର ସାଙ୍ଗମାନେ ଯୁବତୀଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ ଦେଇଛନ୍ତି। ଶେଷରେ କୌଣସି ଉପାୟ ନପାଇ ଯୁବତୀ ପୁଲିସ୍ର ଦ୍ବାରସ୍ଥ ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ। ସାଇବର ସେଲ୍ରେ ମଧ୍ୟ ଏନେଇ ଅଭିଯୋଗ ହୋଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ବୁର୍ଲାର ଏହି ଯୁବତୀ(୧୮)ଙ୍କର ଦେଢ଼ ବର୍ଷ ତଳେ ଫେସ୍ବୁକ୍ରେ ସୁବର୍ଣ୍ଣପୁରର ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା। ପ୍ରଥମେ ଫେସ୍ବୁକ୍ରେ ଚାଟିଂ ପରେ ଫୋନ୍ ନମ୍ବର ଦିଆନିଆ ହୋଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଭିଡିଓ କଲିଂରେ ଦୀର୍ଘଦିନ ଧରି କଥା ହୋଇଥିଲେ। ତେବେ କୌଣସି କାରଣରୁ ଯୁବତୀ ଓ ସୁବର୍ଣ୍ଣପୁରର ଉକ୍ତ ଯୁବକ ମଧ୍ୟରେ ସମ୍ପର୍କ ବିଚ୍ଛେଦ ହୋଇଯାଇଥିଲା। ମାତ୍ର ସମ୍ପର୍କରେ ଥିବା ସମୟରେ ଭିଡିଓ କଲିଂରେ ଉଭୟ ଅଶ୍ଳୀଳ ଚାଟିଂ କରୁଥିବା ସମୟର କିଛି ସ୍କ୍ରିନ୍ ସଟ୍ ତାଙ୍କ ପୁରୁଷ ବନ୍ଧୁଜଣକ ରଖି ଦେଇଥିଲା। ଏବେ ଉକ୍ତ ଫଟୋଗୁଡ଼ିକୁ ତାଙ୍କର କିଛି ସାଙ୍ଗ ଯୁବତୀଙ୍କ ନିକଟକୁ ପଠାଇ ବ୍ଲାକ୍ମେଲ କରିବା ସହ ସେମାନେ କହୁଥିବା ପୁଅ ସହ ସମ୍ପର୍କ ନରଖିଲେ ଫଟୋ ଭାଇରାଲ୍ କରିଦେବାର ଧମକ ମଧ୍ୟ ଦେଉଛନ୍ତି ବୋଲି ଯୁବତୀ ପୁଲିସକୁ କହିଛନ୍ତି।
The post ଫେସ୍ବୁକ୍ରେ ପ୍ରେମ ଓ ଭିଡିଓ ଚାଟିଂ ମହଙ୍ଗା ପଡ଼ିଲା, ବ୍ରେକ୍ ଅପ୍ ପରେ ଯୁବତୀଙ୍କ ଫଟୋ ଭାଇରାଲ୍ ଧମକ first appeared on Sambad.
from ଜିଲ୍ଲା – Sambad https://ift.tt/38zFuzz
0 Comments