ବାଲେଶ୍ବର/ନୀଳଗିରି : ନୀଳଗିରି ବାଘମରା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା ଘଟଣାରେ ମଙ୍ଗଳବାର ଦିନ ନୀଳଗିରି ପୁଲିସ ଅଟକ ରଖିଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟଜଣଙ୍କ ସମ୍ପୃକ୍ତି ନଥିବା ଜାଣିବା ପରେ ପୁଲିସ ତାକୁ ଛାଡ଼ିଦେଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ବୟ ହେଲେ; ସଜନାଗଡ଼ ଅଞ୍ଚଳର ଇଟାଭାଟି ମାଲିକ ଲୁଲୁ ବେହେରା (୨୭) ଏବଂ କୁରୁମିପାଳ ଅଞ୍ଚଳର ଡ୍ରାଇଭର ଫକୀରମୋହନ ସିଂହ (୩୦)। ଅନ୍ୟପଟେ ସିଆର୍‌ପିସି ୧୬୧ରେ ପୀଡ଼ିତାଙ୍କ ବାପାମାଆ ଏବଂ ଉଭୟ ଗିରଫ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି।

The post ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ଇଟାଭାଟି ମାଲିକ, ମ୍ୟାନେଜର ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3lwdQIk