
ପୁରୀ: ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଆସୁଥିବା ଭକ୍ତମାନଙ୍କ ଲାଗି ଭଲ ଖବର। ଏଣିକି ଶହେରୁ ଦେଢ଼ ଶହ ଟଙ୍କା ମଧ୍ୟରେ ପୁରୀରେ ରାତ୍ରିଯାପନ କରିହେବ । ସାଧାରଣ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ପୁରୀରେ ରହଣି ପାଇଁ ଭକ୍ତ ନିବାସ ନିର୍ମିତ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ କ୍ରିଷନ କୁମାର।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଇତିମଧ୍ୟରେ ଭକ୍ତ ନିବାସ ପାଇଁ ବାସେଳୀ ସାହି ଥାନା ନିକଟରେ ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି। ଏହି ଭକ୍ତ ନିବାସରେ ୩ରୁ ୪ ହଜାର ଲୋକଙ୍କର ରହଣି ବ୍ୟବସ୍ଥା ରହିବ ଏବଂ ଶଯ୍ୟା ପିଛା ମାତ୍ର ଶହେରୁ ଦେଢ଼ ଶହ ଦେୟ ଦେବାକୁ ପଡ଼ିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଥିଲେ। ଶ୍ରୀମନ୍ଦିର ସମେତ ଜିଲ୍ଲାର ଅନ୍ୟ ସମସ୍ତ ର୍ଧମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।
The post ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା: ଶହେ ଟଙ୍କାରେ ପୁରୀରେ ହେବ ରହଣି ବ୍ୟବସ୍ଥା, ନିର୍ମିତ ହେବ ଭକ୍ତ ନିବାସ first appeared on Sambad.
from ଜିଲ୍ଲା – Sambad https://ift.tt/2Wwt4D8
0 Comments