ନୟାଗଡ଼: ନାବାଳିକା ପରୀର ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଧିକ ଖୋଳତାଡ଼ କରିବାକୁୁ ଆଜି ପୂର୍ବାହ୍ନରେ ନୟାଗଡ଼ର ଯଦୁପୁରରେ ପହଞ୍ଚିଛନ୍ତି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସେଠାରେ ପହଞ୍ଚି ଓଡ୍ରାଫ୍ ସଦସ୍ୟଙ୍କ ସହ ଏସ୍ଅଆଇଟି ଟିମ୍ର ଆଲୋଚନା ହୋଇଛି। ଯେଉଁ ପୋଖରୀରୁ ପରୀର ଲେଗିନ୍ସ ମିଳିଥିବା କୁହାଯାଉଛି ସେହି ପୋଖରୀ ନିକଟରେ ହିଁ ଏସ୍ଆଇଟି ଓ ଓଡ୍ରାଫ୍ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ରହୁଛି। ଓଡ୍ରାଫ୍ ଟିମ୍ ଉକ୍ତ ପୋଖରୀ ଭିତରେ ପଶି ଯାଞ୍ଚ୍ ଚଳାଇଛନ୍ତି।
ଅରୁଣ ବୋଥ୍ରା ଘଟଣାସ୍ଥଳରେ ନିଜେ ଉପସ୍ଥିତ ରହି ପରିସ୍ଥିତିକୁ ଅନୁଧ୍ୟାନ କରୁୁଛନ୍ତି। କାଲି ପୋଖରୀରୁ ଜଳ ନିଷ୍କାସନ ପରେ ଏକ ଲେଗିନ୍ସ ମିଳିଥିବା ବେଳେ ଆଜି ଆଉ କିଛି ପ୍ରମାଣ ମିଳିପାରେ ବୋଲି ଆଶା ରଖାଯାଇ ପୋଖରୀ ଘଣ୍ଟା ଯାଉଛି।
The post ପରୀ ପ୍ରସଂଗ: ଯଦୁପୁରରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା, ପୋଖରୀ ଘାଣ୍ଟି ଅଧିକ ପ୍ରମାଣ ଖେଜୁଛି ଓଡ୍ରାଫ୍ ଟିମ୍ first appeared on Sambad.
from ଜିଲ୍ଲା – Sambad https://ift.tt/3nOcHO8
0 Comments