କଟକ: ଜେଲରେ ଓକିଲ ଓ ସମ୍ପର୍କୀୟଙ୍କୁ ଭେଟିବା ଅନୁମତି ପ୍ରସଙ୍ଗକୁ ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣୀଗ୍ରାହୀ ଦାଖଲ କରିଥିବା ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ଆସନ୍ତା ଫେବ୍ରୁଆରି ୧୮ ତାରିଖରେ ହେବ। ଆଜି ଏ ସମ୍ପର୍କୀତ ମାମଲାର ହାଇକୋର୍ଟରେ ଶୁଣାଣି ଅଧା ରହିଛି।

ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କୁ ତାଙ୍କ ଆଇନଜୀବୀଙ୍କ ସହିତ ପରାମର୍ଶ ପାଇଁ ଅନୁମତି ସମ୍ପର୍କିତ ପୂର୍ବ ଅନ୍ତରୀଣ ନିଦ୍ଦେଶ କାର୍ଯ୍ୟକାରୀ କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ସୂଚନାଯୋଗ୍ୟ, ଟାଟା କମ୍ପାନି ନିଯୁକ୍ତି ଜାଲିଆତି ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

The post ପ୍ରଦୀପ ପାଣିଗ୍ରାହୀ ଆବେଦନ କରିଥିବା ଓକିଲ ଓ ସମ୍ପର୍କୀୟଙ୍କୁ ଭେଟିବା ଅନୁମତି ପ୍ରସଙ୍ଗକୁ ନେଇ ପୂର୍ଣ୍ଣାଙ୍ଗ ଶୁଣାଣି ଫେବ୍ରୁଆରି ୧୮ରେ first appeared on Sambad.



from ଜିଲ୍ଲା – Sambad https://ift.tt/39RXEgt