ଉମରକୋଟ: ଭିଜିଲାନ୍ସ ଜାଲରେ ଉମରକୋଟ ବ୍ଲକ ଶିନସାରୀ ଗାମପଞ୍ଚାୟତର ଜିଆରଏସ୍ ହିମାଂଶୁ ବାଘ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉମରକୋଟ ବ୍ଲକ ଶିନସାରୀ ଗାମପଞ୍ଚାୟତର ଜିଆରଏସ୍ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ତାଙ୍କର ଉମରକୋଟସ୍ଥିତ ଭଗବତୀ ନଗର ବାସଭବନ ଓ ସାନଭରଣ୍ଡୀ ସ୍ଥିତ ବାସଭବନରେ ଚଢ଼ାଉ ଚାଲିଛି।

ଏହି ଚଢ଼ାଉରେ ବିପୁଳ ପରିମାଣର ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମିଳିଥିବା ସୂଚନା ମିଳିଛି। ସେ ସିଂସାରୀ ଓ ଭଣ୍ଡାରୀଗୁଡ଼ା ଜିପି ର ଜିଆରସ ଦାୟିତ୍ୱରେ ଥିଲେ। ଜୟପୁର, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଓ ନୂଆପଡ଼ାର ଭିଜିଲାନ୍ସ ଟିମ ଭାଗ ନେଇଛନ୍ତି। ୨ଜଣ ଡିଏସପି ଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

The post ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିନସାରୀ ଗାମପଞ୍ଚାୟତର ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ first appeared on Sambad.



from ଜିଲ୍ଲା – Sambad https://ift.tt/2LUKhEl