କଣ୍ଟାମାଳ: ଆଜି ସକାଳ  ପ୍ରାୟ ୧୦ଟା ସମୟରେ ମନମୁଣ୍ଡା – କଣ୍ଟାମାଳ ରାସ୍ତାର ଗୋପାଳମାଲ୍ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ଅଟୋକୁ ହାଇୱା ଧକ୍କା ଦେବା ଫଳରେ ଅଟୋରେ ବସିଥିବା ୩ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି l

ମିଳିଥିବା ସୂଚନା ଅନୁଯାୟୀ ଫଗୁନାମାଲ୍ ଗ୍ରାମର ଅଟୋ ଚାଳକ ଗଣେଶ ତାଣ୍ଡି (୪୨) ଅଟୋରେ (ଓଡି ୩୧ ଏଫ ୭୭୨୬ ) ଚାଳକ ନିଜର ବଡ଼ ଭଉଣୀ ସୁଶିତା ନାଗ(୫୦), ଭାଣିଜୀ କଳାବତୀ ନାଗ(୨୨), ଭଣଜା ବାବୁଲା ନାଗ(୧୪) ଙ୍କୁ ଧରି ମନମୁଣ୍ଡା ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ଦେଇଥିଲା।  ଫଳରେ ବଡ଼ ଭଉଣୀ ସୁଶିତା ନାଗ(୫୦), ଭାଣିଜୀ କଳାବତୀ ନାଗ(୨୨), ଭଣଜା ବାବୁଲା ନାଗ(୧୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଅଟୋ ଚାଳକ ଗଣେଶ ତାଣ୍ଡି ଗୁରୁତର ଆହତ ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଟୋ ଯାତ୍ରୀମାନଙ୍କ ଶରୀରର ବିଭିନ୍ନ ଅଙ୍ଗ ଇତସ୍ତତ ଭାବେ ପଡ଼ିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

The post ଅଟୋକୁ ଧକ୍କା ଦେଲା ହାଇୱା, ଅଟୋ ଚାଳକଙ୍କ ବଡ଼ ଭଉଣୀ, ଭଣଜା ଓ ଭାଣିଜୀ ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/3p3xBJD