ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଳିପାଳ ପଞ୍ଚାୟତର ଶ୍ରୀଚନ୍ଦନପୁର ଗ୍ରାମର ମନୋଜ ନାୟକ (୪୦)। ପରିବାର କହିଲେ ବାପା, ମା’, ପତ୍ନୀ ଓ ତାଙ୍କ ଦୁଇ ଝିଅ। ପ୍ରାୟ ୧୭ ବର୍ଷ ଧରି ସେ ବମ୍ବେରେ ରହି ମଲ୍‌ଟିମିଡିଆ ଗ୍ରାଫିକ ଡିଜାଇନର ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ସେ ମାସକୁ ୩୫ ହଜାର ଟଙ୍କା ରୋଜଗାର କରୁଥିଲେ। ତେବେ କରୋନା ଯୋଗୁଁ କାମ ବନ୍ଦ ହୋଇଗଲା। ଫଳରେ ସେ ଗତ ଜୁନ୍‌ ମାସରେ ଗାଁକୁ ଫେରି ଆସିଥିଲେ।

ପ୍ରାୟ ୫ ମାସ ଧରି ଘରେ ବସିବା ପରେ ରୋଜଗାର ସହ ପରିବାର ଚଳାଇବା ଚିନ୍ତା ବ୍ୟଥିତ କରିଥିଲା। ଶେଷରେ ସେ ନିଜ ଗ୍ରାମରେ ଏକ ତେଜରାତି ଦୋକାନ ଖୋଲିଛନ୍ତି। ଗ୍ରାମାଞ୍ଚଳରେ ପୂର୍ବରୁ ଅନେକ ଛୋଟବଡ଼ ଦୋକାନ ଥିବାରୁ ବ୍ୟବସାୟ ସେତେଟା ଆଶାଜନକ ହୋଇ ପାରୁନାହିଁ। ତଥାପି ପରିବାର ଚଳାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ମନୋଜ ପ୍ରକାଶ କରିଛନ୍ତି।

The post କରୋନା କାହାଣୀ; ଗ୍ରାଫିକ ଡିଜାଇନର୍‌ରୁ ତେଜରାତି ଦୋକାନୀ first appeared on Sambad.



from ଜିଲ୍ଲା – Sambad https://ift.tt/3rXQH5M