ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆରଏସପି) କୋଲ କେମିକାଲ ବିଭାଗରେ ଘଟିଥିବା ଅଘଟଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗ୍ୟାସ ଲିକ ଘଟଣାରେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୨ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ମାନେ ହେଉଛନ୍ତି ବାବୁ ପଣ୍ଡା, ଅଭିମନ୍ୟୁ ସାହା, ରବି ସାହୁ ଏବଂ ଗଣେଶ ପିଲୋ।

ଆଜି ସକାଳ ପ୍ରାୟ ୧୦ଟା ସମୟରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି) କୋଲ କେମିକାଲ ବିଭାଗରେ ମରାମତି କାମ ଚାଲିଥିବା ବେଳେ ଅଘଟଣା ଘଟିଥିଲା। ମରାମତି ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ।

ତେବେ ଗ୍ୟାସ ସଂସ୍ପର୍ଶରେ ଆସି ୨ ଜଣଙ୍କର ତତ୍‌କ୍ଷଣାତ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇ ଆଇଜିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏବେ ଚିକିତ୍ସିତ ହେଉଥିବା ୨ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି। ମୃତକ ୪ ଜଣଙ୍କ ଶବ ଏପର୍ଯ୍ୟନ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇନାହିଁ। ମୃତଦେହଗୁଡ଼ିକ ଆଇଜିଏଚ୍‌ ମର୍ଗରେ ରଖାଯାଇଛି।

The post ଆରଏସପିରେ ଗ୍ୟାସ୍ ଲିକ୍ ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି first appeared on Sambad.



from ଜିଲ୍ଲା – Sambad https://ift.tt/3oevmCZ