କେନ୍ଦୁଝର: ଟାଉନ ଥାନା ଅନ୍ତର୍ଗତ ମାଇନିଂ ପଡିଆରେ ଛିଡା ହୋଇଥିବା ବସରେ ନିଆଁ ଲାଗି ଜଳିଯାଇଛି । ଅଳ୍ପ ସମୟ ମଧ୍ୟରେ ବସ୍‌ଟି ଜଳିଯିବାରୁ ଏହା ଭସ୍ମୀଭୂତ ହୋଇଯାଇଛି। ପଡ଼ିଆ ପାଖ ଦେଇ ଯାଉଥିବା ଲୋକେ ପ୍ରଥମେ ବସ୍‌ରେ ନିଆଁ ଲାଗିବାର ଦୃଶ୍ୟ ଦେଖିଥିଲେ। ଅଗ୍ନିଶମ ବିଭାଗକୁ ସେମାନେ ସୂଚନା ଦେଇଥିଲେ। ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚିବା ପୂର୍ବରୁ ବସଟି ସଂପୂର୍ଣ୍ଣ ଭାବେ ଭସ୍ମୀଭୂତ ହୋଇଯାଇଥିଲା। ନିଆଁ ଲାଗିବାର କାରଣ ମଧ୍ୟ ଜଣାପଡିନାହିଁ  ବୋଲି କହିଛି ଦମକଳ ବାହିନୀ।

ସୂଚନାଯୋଗ୍ୟ ଲକଡାଉନ ସମୟରୁ ବସଟି ମାଇନିଂ ପଡିଆରେ ରହିଥିଲା । ଆଜି ବସଟିରେ ଅଚାନକ ନିଆଁ ଲାଗିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ନିଆଁ ଲାଗିବା ମାତ୍ରେ ସ୍ଥାନୀୟ ଲୋକେ ବସଟିରେ ପାଣି ଢାଳି ଲିଭେଇବାକୁ ଚେଷ୍ଟା କରିଥିଲେ । ପରେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ ।

The post କେନ୍ଦୁଝର: ପଡ଼ିଆରେ ଛିଡ଼ା ହୋଇଥିବା ବସ୍‌ରେ ଲାଗିଲା ନିଆଁ, ଅଳ୍ପ ସମୟ ଭିତରେ ପୋଡ଼ିଗଲା first appeared on Sambad.



from ଜିଲ୍ଲା – Sambad https://ift.tt/3sVZaap