ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋନଗର ଥାନା ନାଲକୋ କଲୋନି ମଧ୍ୟରେ ଥିବା ବ୍ୟାଚଲର ହଷ୍ଟେଲ ପରିସରରେ ଦୁର୍ବୃତ୍ତମାନେ ଏକ ଅଲୋଟ କାରକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜାଳି ଦେଇଥିବା ଜଣାପଡିଛି।

କାର ମାଲିକ ରସାନନ୍ଦଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଏକ ମାତୁତି ଅଲୋଟ କାର କିଛି ଅଂଶ ପୋଡ଼ି ଯାଇଥିବା ବେଳେ ଅନ୍ୟ ଦୁଇଟି କାର ବର୍ତ୍ତି ଯାଇଛି। ଆଜି ସକାଳ ଭୋର ପ୍ରାୟ୪:୩୦ସମୟରେ ଏହି ଅଘଟଣ ଘଟିଛି ।

ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ବ୍ୟାଚଲର ହଷ୍ଟେଲ ରହୁଥିବା ଘରୋଇ ଏସ ଆଇ ଏସ ସୁରକ୍ଷା ସଂସ୍ଥାରେ କାମ କରନ୍ତି ରସାନନ୍ଦ ନାଏକ । ରସାନନ୍ଦ କହିବା ଅନୁଯାୟୀ ତାଙ୍କ ପଡୋଶୀ ସକାଳୁ ଫୁଲ ତୋଳିବା ପାଇଁ ଆସିଥିଲେ ଏହି ସମୟରେ କାର ଜଳୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ତାଙ୍କୁ ଏନେଇ ଖବର ଦେଇଥିଲେ।  ନିଆଁକୁ ଆୟତ୍ତ କରିବା ସହିତ ସେ ନାଲକୋ ଥାନାକୁ ଫୋନ କରିଥିଲେ। ନାଲକୋ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post କାର ଜାଳି ଦେଲେ ଦୁର୍ବୃତ୍ତ, ପୂର୍ବ ଶତ୍ରୁତା ସନ୍ଦେହ first appeared on Sambad.



from ଜିଲ୍ଲା – Sambad https://ift.tt/3t8NDEP