
କଟକ : ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅର୍ଥ ତଥା ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ୨୪ ଜଣ କୋଭୀଡ୍ ଯୋଦ୍ଧାଙ୍କୁ ମନ୍ତ୍ରୀ ସମ୍ମାନୀତ କରିଥିଲେ। ଜିଲ୍ଲାସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତାରେ ବିଜୟୀ ୧୩ ଜଣ କୃତିପ୍ରତିଯୋଗୀଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଗୁଡ୍ ବାୟ କୋଭିଡ୍
କଟକ : ସିଡ଼ିଏ ସ୍ଥିତ ଅଶ୍ବିନୀ ଟ୍ରମାକେୟାର ସେଣ୍ଟରରେ ଗୁଡ୍ ବାୟ କୋଭିଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ବୃକ୍ଷରୋପଣ କରିବା ସହ ଏକ ବ୍ଲଡ୍ବ୍ୟାଙ୍କ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ସୁବାସ ସିଂ, ବିଧାୟକ ସୌଭିକ ବିଶ୍ବାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ସିଏମ୍ସି କମିଶନର ଅନନ୍ୟା ଦାସଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
The post ସହରରେ ଉଡ଼ିଲା ତ୍ରିରଙ୍ଗା, ବାରବାଟୀରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ନିରଞନ ପୂଜାରୀ first appeared on Sambad.
from ଜିଲ୍ଲା – Sambad https://ift.tt/2LXOTd7
0 Comments