ଯାଜପୁର: କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡ଼ରେ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଆଜି ସକାଳ ୯ ଟା ସମୟରେ ଦୁଇଜଣ ଯୁବକ ଜଣେ ଯୁବତୀଙ୍କୁ ଏକ ସ୍କୁଟିରେ ନେଉଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିବାକୁ ପାଇଥିଲେ। ପରେ ଉକ୍ତ ରାସ୍ତା କଡ଼ରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବାର ଖବର ଆସିଥିଲା।ଯୁବତୀଙ୍କ ମୃତ ଦେହ ପାଖରେ ବ୍ୟାଗ ପଡ଼ିଥିବା ବେଳେ ତାଙ୍କର ପରିଚୟ ମିଳିଛି।

ମୃତ ଯୁବତୀ ଜଣକ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ମରୁଣ୍ଡେଇପଶି ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ। ସୂଚନା ଅନୁସାରେ ଯୁବତୀଜଣକ ଭୁବନେଶ୍ୱରସ୍ଥିତ ରମାଦେବୀ କଲେଜରେ ଫିଲୋସପି ବିଭାଗରେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ରୀ । ସେ ଜାନୁଆରି ୨୪ ତାରିଖରେ ଭୁବନେଶ୍ୱର ଯାଇଥିବା ବେଳେ ୨୫ ତାରିଖ ଦିନ କ୍ଲାସ କରିଥିଲେ। ତେବେ ଆଜି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଅଞ୍ଚଳରେ ଯୁବତୀର ମୃତଦେହ ମିଳିବା ଉପରେ ସନ୍ଦେହ ସୃଷ୍ଟି ହୋଇଛି। କିଏ ଏବଂ କାହିଁକି ଏପରି ସ୍ଥାନରେ ଯୁବତୀଙ୍କୁ ଫିଙ୍ଗି ଚାଲିଗଲା ତାକୁ ନେଇ କୁଆଖିଆ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

The post ରାସ୍ତାକଡ଼ରେ ମୃତ ଯୁବତୀଙ୍କୁ ଫିଙ୍ଗିଦେଇ ଚାଲିଗଲେ, ତଦନ୍ତ ଆରମ୍ଭ କରିଛି ପୁଲିସ first appeared on Sambad.



from ଜିଲ୍ଲା – Sambad https://ift.tt/2KXtFLW