
ପଟ୍ଟାମୁଣ୍ଡାଇ: କରୋନା ମହାମାରୀ ବିଶ୍ୱର ପ୍ରଭୂତ କ୍ଷତି ଘଟାଇ ଚାଲିଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ଜଣେ ସ୍ବାବଲମ୍ବୀ ମହିଳା। ଏସଏସଜିରୁ ଋଣ ଆଣି କୁକୁଡା, ପାରା ଓ ଗାଈ ରଖି ବ୍ୟବସାୟ ଆରମ୍ଭ କରି ଥିବା ବେଳେ କରୋନା ଏଥିରେ ବାଡ ପକାଇଛି। ନମିତାଙ୍କ ବ୍ୟବସାୟ ଯେ କେବଳ କ୍ଷତି ହୋଇନି, ତାଙ୍କ ଭାତ ହାଣ୍ଡିକୁ ବି ଉଜାଡି ଦେଇଛି। ପୌରପରିଷଦ ଅନ୍ତର୍ଗତ ଷଣ୍ଡପଲ୍ଲୀ ଗ୍ରାମର ୧ ନମ୍ବର ଓ୍ୱାର୍ଡର ନମିଳା ବେହେରା। କରୋନା ଆରମ୍ଭ ହେବାର କିଛି ମାସ ପୂର୍ବରୁ ‘ମହାବୀର ଏସଏସଜି ଗୋଷ୍ଠୀ’ରୁ ୧ ଲକ୍ଷ ଟଙ୍କା ଋଣ ଆଣି ବ୍ୟବସାୟ କରିଥିଲେ। ଦେଶୀ କୁକୁଡା, ବିଭିନ୍ନ କିସମର ପାରା ସହ ୧୦ଟି ଗାଈ ମଧ୍ୟ ପାଳିଥିଲେ। ଆରମ୍ଭରୁ ଭଲ ବ୍ୟବସାୟ ହେଉଥିଲା। ନମିତା ଭାବିଥିଲେ ଏହାକୁ ନେଇ ତାଙ୍କ ଭବିଷ୍ୟତ ଗଢ଼ିବେ। ଘରେ ୬ ପ୍ରାଣୀ କୁଟୁମ୍ବ ସୁରୁଖୁରୁରେ ଚଳିବେ।
ବୋଲି ମାତ୍ର ଲକଡାଉନ ଆରମ୍ଭ ହୋଇଯାଇଥିଲା। ଲକଡାଉନ ଯୋଗୁ ସେ ରଖିଥିବା ପ୍ରାୟ ୧ ହଜାର କୁକୁଡାଙ୍କୁ ସାଗମାଛ ଦରରେ ବିକ୍ରି କରିବାକୁ ପଡିଥିଲା। ପାରାଗୁଡିକ ବିକ୍ରି ହୋଇପାରିଲା ନାହିଁ। ସେ ରଖିଥିବା ୧୦ଟି ଗାଈ ମଧ୍ୟରୁ ୮ଟି ରୋଗଗ୍ରସ୍ତ ହୋଇ ମୃତ୍ୟୁ ବରଣ କଲେ। ଏବେ କିଛି କୁକୁଡ଼ା, ପାରା ସହ ୨ଟି ଗାଈ ଅଛନ୍ତି। ନମିତା ଏବେ ଋଣ ବୋଝରେ ବୁଡି ରହିଛନ୍ତି। ତାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଲେ ସେ ଆତ୍ମ ନିର୍ଭର ହୋଇପାରନ୍ତେ ବୋଲି ନମିତା କହିଛନ୍ତି।
The post କରୋନା କାହାଣୀ; ଉଜୁଡ଼ି ଯାଇଛି ନମିତାଙ୍କ ଭାତହାଣ୍ଡି first appeared on Sambad.
from ଜିଲ୍ଲା – Sambad https://ift.tt/362FDey
0 Comments