ଜଗତସିଂହପୁର: ପ୍ରକୃତିର ଏକ ବୈଚିତ୍ର। ଆଳୁ ଗଛରେ ଫଳିଛି ଟମାଟୋ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଉପକଣ୍ଠ ବଗଦିଆ ଗାଁର ଶଙ୍କର ସ୍ବାଇଁଙ୍କ ଜମିରେ। ଏହା ଦେଖିବା ପାଇଁ ଏବେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି। କଥାରେ ଅଛି ‘ଆମ୍ବ ଗଛରେ କ’ଣ ଆମ୍ବଡ଼ା ଫଳିବ’? ଅର୍ଥାତ ଯେଉଁ ଗଛ ଲଗାଯିବ, ସେହି ଗଛରେ ସେହି ଫଳ ହିଁ ଫଳିବ। ମାତ୍ର ଶଙ୍କର ସ୍ବାଇଁଙ୍କ ନିକଟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ କୁଜଙ୍ଗ ହାଟରୁ ଶଙ୍କର ୫ କିଲୋ ଆଳୁ କିଣି ଆଣିଥିଲେ। ଏଥିରୁ କେତୋଟି ଆଳୁ ଗଜା ହୋଇଯାଇଥିଲା। ଏହି ଗଜା ଆଳୁକୁ ନେଇ ସେ ଘର ପଛପଟ ବାଡ଼ିରେ ପୋତି ଦେଇଥିଲେ। ଅଳ୍ପ କିଛି ଦିନରେ ଦୁଇଟି ଆଳୁ ଗଛରେ ଫୁଲ ହେବା ସହ ଟମାଟୋ ଫଳ ଫଳିଥିଲା।

Sambad

ଏହା ଦେଖି ଘରଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସେମାନେ ବିଭିନ୍ନ ଲୋକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହାକୁ ପ୍ରଥମେ କେହି ବିଶ୍ବାସ କରିନଥିଲେ। ମାତ୍ର ନିଜ ଆଖିରେ କିଛି ଲୋକ ଏହି ଦୃଶ୍ୟ ଦେଖିବା ପରେ ବିଜୁଳି ବେଗରେ ଏହି ଖବର ପ୍ରଚାରିତ ହୋଇ ଯାଇଥିଲା। ଏହା କୌଣସି ବିଜ୍ଞାନ ସମ୍ମତ କିମ୍ବା ପ୍ରକୃତିର ଭିନ୍ନତା ହୋଇଥାଇ ପାରେ। ଯାହା ପାରାଦୀପ ଅଂଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

The post ଆଳୁ ଗଛରେ ଫଳୁଛି ଟମାଟୋ first appeared on Sambad.



from ଜିଲ୍ଲା – Sambad https://ift.tt/35XnFd6