ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ପଞ୍ଜୀକୃତ  ଚାଷୀଙ୍କ ଧାନ ବିକ୍ରି ନହୋଇ ମଣ୍ଡିରେ ୧ଲକ୍ଷ ୮୦ହଜାର ଧାନ ବସ୍ତା ପଡ଼ିରହିଥିବା‌ ଦେଖିବାକୁ ମିଳିଛି। ଏହାଫଳରେ ଚାଷୀମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ପଞ୍ଜୀକୃତ ଚାଷୀଙ୍କ  ଧାନ କ୍ରୟ ପାଇଁ  ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଯୋଗାଣ ସଚିବଙ୍କ ସହ ବୈଠକ ହୋଇ ଆବଶ୍ୟକ  ଟାର୍ଗେଟ ଉପରେ ଆଲୋଚନା ହୋଇଛି।

ବିଧାୟକ ଜିଲ୍ଲାରୁ ୪ ଲକ୍ଷ କ୍ବିଣ୍ଟାଲ ଧାନକ୍ରୟ ପାଇଁ ଦାବି କରିଥିଲେ। ଏହା ପରେ ରାଜ୍ୟ ଯୋଗାଣ ବିଭାଗୀୟ ସଚିବ ବି.ବି. ଯାଦବ ୫୦ ହଜାର କ୍ୱିଣ୍ଟାଲ ଜିଲ୍ଲାକୁ ପ୍ରଦାନ କରିଥିବା ବେଳେ ୩ଲକ୍ଷ ୫୦ ହଜାର କ୍ବିଣ୍ଟାଲ ଧାନ ଶୀଘ୍ର ମିଳିବା କହିଛନ୍ତି। ତୁରନ୍ତ ଧାନ କ୍ରୟର ଲକ୍ଷ୍ୟ ଜିଲ୍ଲାକୁ ପ୍ରଦାନ କରାଯିବ ବୋଲି ବିଭାଗୀୟ ସଚିବ ପ୍ରତିଶ୍ରୁତି ଦେଇଥିବା ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରୟ କରିବା ପାଇଁ ନୂଆପଡ଼ା ଜିଲ୍ଲାର ୩୩୦୦୦ ଚାଷୀ ପଞ୍ଜୀକୃତ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାର କେବଳ ୧୯୭୯୦ ଚାଷୀଙ୍କ ଧାନ ସଂଗ୍ରହ କରିଛନ୍ତି।

The post ନୂଆପଡ଼ା ମଣ୍ଡିରେ ପଡ଼ିଥିବା ପଞ୍ଜୀକୃତ ଚାଷୀଙ୍କ ଧାନକ୍ରୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଖଡ଼ିଆଳ ବିଧାୟକ first appeared on Sambad.



from ଜିଲ୍ଲା – Sambad https://ift.tt/39NVPB8