
ଭଦ୍ରକ/ରାଣୀତାଲ : ଯୁବ ଓ ଛାତ୍ରଗୋଷ୍ଠୀ ଦେଶର ମେରୁଦଣ୍ତ। ସେମାନେ ଚାହିଁିଲେ ବିକାଶରଧାରାକୁ ଆଗେଇ ନେଇ ପାରିବେ। ଲୋକଙ୍କ ସମସ୍ୟା ସହିତ ଜଡ଼ିତ ହୋଇ ଯୁବ ଓ ଛାତ୍ରଗୋଷ୍ଠୀ ବିକାଶ ପ୍ରକ୍ରିୟାରେ ଭାଗିଦାରୀ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକଠାରେ ଆୟୋଜିତ ଯୁବ ଛାତ୍ର ନେତୃତ୍ବ ସମ୍ମିଳନୀରେ ଆହ୍ବାନ ଦେଇଛନ୍ତି।
ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ମିଳନୀକୁ ଉଦ୍ଘାଟନ କରି ରାଜ୍ୟର ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୁବ ଓ ଛାତ୍ରଗୋଷ୍ଠୀଙ୍କୁ ଆହ୍ବାନ ଦେଇଥିଲେ। ସମାବେଶରେ ପ୍ରାୟ ୧୫ ହଜାରରୁ ଅଧିକ ଯୁବ ଛାତ୍ରକର୍ମୀ ଯୋଗ ଦେଇଥିଲେ। ସଭା ପୂର୍ବରୁ ଯୁବ ଓ ଛାତ୍ରଗୋଷ୍ଠୀଙ୍କର ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ନେହେରୁ ଷ୍ଟାଡିୟମରେ ପହଞ୍ଚିଥିଲା।
ଚାନ୍ଦବାଲି ବିଧାୟକ ତଥା ବିଜୁ ଛାତ୍ରଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶକୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ କନ୍ଫରେନସିଂ ମାଧୢମରେ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଧର୍ମଶାଳା ବିଧାୟକ ତଥା ବିଜୁ ଯୁବ ଜନତା ଦଳ ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ରାଜ୍ୟ ବିଜୁ ଛାତ୍ର ଜନତା ସଭାପତି ଦେବୀର˚ଜନ ତ୍ରିପାଠୀ, ଭଣ୍ତାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ସା˚ସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସ˚ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ, ରାଜେନ୍ଦ୍ର ଦାସ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ, ଲୁଲୁ ସାମଲ ପ୍ରମୁଖ ଯୋଗ ଦେଇ ତୃଣମୂଳସ୍ତରରୁ ଯୁବ, ଛାତ୍ରକର୍ମୀ ସ˚ଗଠନକୁ କେମିତି ମଜବୁତ କରିବେ, ତାର ମନ୍ତ୍ର ଦେଇଥିଲେ।
ସଭା ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା କୋଭିଡ୍ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।
The post ଭଦ୍ରକରେ ବିଜୁ ଯୁବ, ଛାତ୍ର ନେତୃତ୍ବ ସମ୍ମିଳନୀ : ‘ଯୁବଗୋଷ୍ଠୀ ବିକାଶଧାରାକୁ ଆଗେଇ ନେଇପାରିବେ’ first appeared on Sambad.
from ଜିଲ୍ଲା – Sambad https://ift.tt/36rJsda
0 Comments