ବଡବିଲ: କେନ୍ଦୁଝର ଜିଲ୍ଲାର ବଡ଼ବିଲ ଡେଲି ମାର୍କେଟରେ ଥିବା ଅମୀୟ ସାହୁଙ୍କ କପଡା ଦୋକାନରୁ ଭୋର ପ୍ରାୟ ସାଢ଼େ ୪ ଟା ସମୟରେ ଧୂଆଁ ବାହାରୁଥିବା ରାତ୍ର ଜଗୁଆଳି ଦେଖିବାକୁ ପାଇଥିଲେ। ସଂଗେ ସଂଗେ ନିକଟରେ ଥିବା ଲୋକଙ୍କୁ ଉଠାଇ ଦୋକାନରେ ନିଆଁ ଲାଗିଥିବା ସୂଚନା ଦେଇଥିଲେ। ସ୍ଥାନୀୟ ଲୋକେ ବଡ଼ବିଲ ଅଗ୍ନିଶମ ବିଭାଗକୁ ଜଣାଇଥିଲେ।
ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଲକ୍ଷାଧିକ ଟଙ୍କାର ଡ୍ରେସ ପୋଡ଼ି ପାଉଁଶ ହୋଇଯାଇଥିଲା। ସଠିକ ସମୟରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିନଥିଲେ ପରିସ୍ଥିତି ଭୟାନକ ହେବାର ଆଶଙ୍କା ଥିଲା। ସମୟୋଚିତ ପଦକ୍ଷେପ ଯୋଗୁ ମାତ୍ର ୨୦ ମିଟର ଦୂରରେ ଥିବା ଏକ ପେଟ୍ରୋଲ ପମ୍ପ ନିଆଁ ଲାଗିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ରାତ୍ର ଜଗୁଆଳିଙ୍କ ତତ୍ପରତା ଯୋଗୁ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଟଳିଯାଇଥିବା କୁହାଯାଉଛି।

The post ବଡ଼ବିଲ ଡେଲି ମାର୍କେଟରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଡ୍ରେସ ପୋଡ଼ି ପାଉଁଶ first appeared on Sambad.



from ଜିଲ୍ଲା – Sambad https://ift.tt/3bmRvKa