ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ବସଷ୍ଟାଣ୍ଡ ଛକ ଠାରେ କୃଷି ଏବଂ ମଣ୍ଡି ସମସ୍ୟା ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ତିନିଘଣ୍ଟିଆ ଚକାଜାମ ଅନୁଷ୍ଠିତ ହୋଇଛି। ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ନେତୃତ୍ବରେ ପାଳିତ ଏହି ଚକାଜାମରେ ୩ ଘଣ୍ଟା ଧରି ଚକାଜାମ୍ ବନ୍ଦ ରହିଥିଲା। ଜିଲ୍ଲାରେ କୃଷି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି।

ଧାନ ମଣ୍ଡିରେ ପଡ଼ି ରହିଥିବା ଧାନର କ୍ରୟ ବ୍ୟବସ୍ଥା, ସମୟ ସୀମା ସମାପ୍ତ ହୋଇଥିବା ଟୋକନକୁ ପୁନଃ ନବୀକରଣ ଆଦି ଦାବିରେ ବିଜେପି ୩ ଘଣ୍ଟା ଆନ୍ଦୋଳନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାତ୍ର ମାନହୀରା , ଅତୀନ୍ଦ୍ର ସିଂହ ମଲ୍ଲିକ, ପୁସ୍ତମ ମଷରା , କେଦାର ନାଥ ଜଗତ ,ରୁଦ୍ର ପଟେଲ, ଅନ୍ତରାମ ଚିନ୍ଦା , ମହେନ୍ଦ୍ର ଅଗ୍ରୱାଲ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ।

The post କୃଷି ଏବଂ ମଣ୍ଡି ସମସ୍ୟା ନେଇ ଖଡ଼ିଆଳରେ ବିଜେପି ପକ୍ଷରୁ ୩ଘଣ୍ଟିଆ ଚକାଜାମ୍ first appeared on Sambad.



from ଜିଲ୍ଲା – Sambad https://ift.tt/2NiwWGl