
ପୁରୀ: ନିଶାସକ୍ତ ଅବସ୍ଥାରେ ଡିୟୁଟି କରୁଥିବା ତାଳବଣିଆ ଥାନାର ଏଏସ୍ଆଇଙ୍କୁ ଗତରାତିରେ ନିଲମ୍ବନ କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ବେଳେ ଏଏସ୍ଆଇ ଲକ୍ଷ୍ମଣ ସୋରେନ୍ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଅନ୍ତର୍ଗତ ଗ୍ରିଡ୍ ଷ୍ଟେସନ୍ ଛକରେ ମୋଟର ଯାନ (ଏମ୍ଭି) ଯାଞ୍ଚ କରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିଲେ।

ଏ ସଂକ୍ରାନ୍ତରେ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଶାପାନ କରି ଡିୟୁଟି କରିବା ଏବଂ ଡିୟୁଟିରେ ଅବହେଳା କରିଥିବା କାରଣରୁ ସୋରେନ୍ଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।
The post ପୁରୀ ତାଳବଣିଆ ଥାନାର ଏଏସ୍ଆଇ ନିଲମ୍ବିତ first appeared on Sambad.
from ଜିଲ୍ଲା – Sambad https://ift.tt/3tJeWWj
0 Comments