
କଟକ: ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ଲାଗି ଆଜି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ବିକାଶ ଭବନ ଓ ବିଶ୍ୱନାଥ ପାଠାଗାରର କିଛି ଅଂଶ ଭଙ୍ଗା ଯାଇଛି । ଏହା ଛଡ଼ା ଏକ ସ୍କୁଲ ମଧ୍ୟ ଭଙ୍ଗା ଯାଇଛି । ଘଟଣା ସ୍ଥଳରେ କଟକ ମହାନଗର ନିଗମ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ଖାନନଗରରେ ଖାନନଗରର ଆବାସିକ ଅଞ୍ଚଳରେ ବସଷ୍ଟାଣ୍ଡ ନିର୍ମାଣକୁ ଆବେଦନକାରୀ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବସଷ୍ଟାଣ୍ଡ ପାଇଁ ପାଠାଗାର, ନର୍ସରୀ, ସରକାରୀ ସ୍କୁଲ୍ ଉଚ୍ଛେଦ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏହା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଥିଲେ।
ନେତାଜୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ନେତାଜୀ ବସ୍ ଟର୍ମିନାଲର ଶୁଭ ଦେଇଥିଲେ।
The post ନେତାଜୀ ବସ୍ ଟର୍ମିନାଲ ଲାଗି ଖାନନଗରରେ ଉଚ୍ଛେଦ ପ୍ରକ୍ରିୟା ଜାରି first appeared on Sambad.
from ଜିଲ୍ଲା – Sambad https://ift.tt/3tOrBYd
0 Comments