ନୂଆପଡ଼ା: ସରକାର ଲୋକଙ୍କ ପାଇଁ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଆରମ୍ଭ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରାଜନେତା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏହି ଯୋଜନା ଗରିବ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଆନ୍ତରିକତା ଅଭାବ ହେତୁ ସରକାରଙ୍କ ଯୋଜନା ଯୋଜନାରେ ହିଁ ରହିଯାଇଛି। ଏହି ଯୋଜନାରେ ଗରିବଲୋକ ପ୍ରକୃତିରେ ଲାଭବାନ ହୋଇପାରୁ ନଥିବାରୁ ଦେଖିବାକୁ ମିଳୁଛି। ନୂଆପଡ଼ା ଜିଲ୍ଲାରେ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଜିଲ୍ଲାରେ ସବୁ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଅଧିକାରୀଙ୍କ ଅନିଚ୍ଛା ହେତୁ ଜିଲ୍ଲାରେ ଅଧିକାଂଶ ଗରିବ ଲୋକ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି।
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକରେ କୁଳିଆପଥର ରେଙ୍ଗଟାପଡ଼ାର ନାବାଳିକା ସୁଷମା ଚିନ୍ଦା (୧୩) ନାବାଳକ ଖୀରମନ ଚିନ୍ଦା (୧୩) ଦୁଇ ଜଣଙ୍କ ମନରେ ପାଠପଢା ପ୍ରତି ଆଗ୍ରହ ରହିଛି। କିନ୍ତୁ ଯେଉଁଠି ଦୁଇ ଓଳି ଦି’ ମୁଠା ଖାଇବା ଯୋଗାଡ଼ କରିବା ମୁସ୍କିଲ । ସେଠି ପାଠପଢା କଥା କେମିତିବା ଚିନ୍ତା କରିବେ। ସୁଷମା ସପ୍ତମ ଶ୍ରେଣୀରେ ପାଠ ପଢୁଥିବାବେଳେ, ବାପା ରାଜକୁମାର ,ମାଆ କଳାବତୀ ଅଜଣା ରୋଗରେ ପୀଡ଼ିତ ହୋଇଥିଲା। ସେହି ରୋଗରେ ବି ସେମାନେ ଆଖି ବୁଜିଲେ। ସେହିଦିନ ଠାରୁ ପାଠପଢାରେ ଡୋରି ବାନ୍ଧି ଦେଇଛନ୍ତି ସୁଷମା । ଇଏତ ଗଲା ସୁଷମାଙ୍କ କଥା।
ଆଉ ଏ ହେଉଛନ୍ତି ସେହି ଗ୍ରାମର ନାବାଳିକା ଖୀରମନ ଚିନ୍ଦା (୧୩) ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ବାପା ମାଆଙ୍କୁ ହରାଇଛନ୍ତି। ସେହି ଦିନ ଠାରୁ ସୁଷମା ଓ ଖୀରମନ ସମ୍ପର୍କୀୟ ବଡ଼ ମାଆ ନିରେଦେଇଙ୍କ ଘରେ ରହୁଛନ୍ତି। ବଡ଼ମାଆ ଗରିବ ହୋଇଥିବାରୁ ଏମାନେ ଦୁର୍ବିଷହ ଜୀବନ ବିତାଉଛନ୍ତି। ଦୋଛକିରେ ବଡ଼ମାଆ ଦୁହିଁଙ୍କୁ କୋଳେଇ କାଖେଇ ଏତେ ବଡ଼ କରିଛନ୍ତି । ପାଖରେ ଅର୍ଥ ନ ଥିବାରୁ ଉଭୟଙ୍କ ପାଠପଢା ହୋଇପାରୁନି । ସରକାର କି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଏମାନଙ୍କ ଉପରେ ପଡ଼ିନାହିଁ। ସରକାରୀ ଯୋଜନା ବି ଏମାନଙ୍କ ନିକଟରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଆଜି ପର୍ଯ୍ୟନ୍ତ ଏହି ଦୁଇଜଣଙ୍କୁ ଜିଲ୍ଲା ପ୍ରଶାସନ ସରକାରୀ ଯୋଜନାରେ ସାମିଲି କରିନାହାନ୍ତି କି ଶିକ୍ଷା ବିଭାଗ ଘରଘର ଯାଇ ପାଠ ଛାଡ଼ିଥିବା ପିଲାମାନଙ୍କୁ ଆଣୁଥିବା ବାହାବାହା ମାରୁଥିବା ଶିକ୍ଷାବିଭାଗ ବର୍ତ୍ତମାନ ଗଲେ କୁଆଡ଼େ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏହି ଦୁଇ ନାବାଳିକା ଓ ନାବାଳକଙ୍କୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
The post ନୂଆପଡ଼ା ଜିଲ୍ଲାରେ ଗରିବ ଲୋକଙ୍କ ଲାଗି ସରକାରୀ ଯୋଜନା ଅପହଞ୍ଚ: ବାପା ମାଛେଉଣ୍ଡ ଦୁଇ ନାବାଳିକା ବିତାଉଛନ୍ତି ଦୁର୍ବିଷହ ଜୀବନ first appeared on Sambad.
from ଜିଲ୍ଲା – Sambad https://ift.tt/2Zcjoij
0 Comments