
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବିଜେପିର ଚକାଜାମ। ମଣ୍ଡିରେ ଅଚଳାବସ୍ଥାର ପ୍ରତିବାଦ କରି ସହରର ରାଣୀବଗିଚା ଵାଏପାସ, କିରେଇ ଛକ ଓ କଲେଜ ରାସ୍ତା ବେଲଯୋରି ଛକରେ ରାସ୍ତା ଅବରୋଧ କରିଛନ୍ତି ଦଳର କର୍ମକର୍ତ୍ତା ଓ କର୍ମୀ। ବେଲଯୋରି ଛକରେ ଵିଧାୟିକା କୁସୁମ ଟେଟେଙ୍କ ନେତୃତ୍ଵରେ ରାସ୍ତା ଅବରୋଧ କରାଯାଇଛି। ରାସ୍ତାଟି ହେମଗିର ଏମସିଏଲକୁ ସଂଯୋଗ କରୁଥିବା ଵେଳେ ଅଵରୋଧ ଯୋଗୁଁ ଉଭୟ ପାର୍ଶ୍ବରେ ଶହଶହ କୋଇଲା ଟ୍ରକ ଓ ଅନ୍ୟ ଗାଡ଼ିମଟର ଅଟକି ରହିଛି।
ଠିକ୍ ସେହିପରି ମଣ୍ଡି ସମସ୍ୟା, ଚାଷୀଙ୍କ ଧାନ କିଣା ଯାଉ ନ ଥିବା ପ୍ରତିବାଦରେ ରାଉରକେଲା ବିଜେପି ପକ୍ଷରୁ ବେଦବ୍ୟାସ ଛକରେ ନେତା ଓ କର୍ମୀ ଙ୍କ ଚକାଜାମ ଆନ୍ଦୋଳନ କରାଯାଇଛି।

ଠିକ୍ ସେହିପରି ସମ୍ବଲପୁର ଓ ଦେବଗଡ଼ରେ ବି ବିଜେପିର ଚକାଜାମ ଜାରି ରହିଥିବାର ଖବର ମିଳିଛି।
The post ମଣ୍ଡିରେ ଅଚଳାବସ୍ଥାର ପ୍ରତିବାଦ କରି ସୁନ୍ଦରଗଡ଼ରେ ବିଜେପିର ଚକାଜାମ first appeared on Sambad.
from ଜିଲ୍ଲା – Sambad https://ift.tt/2LSeG6s
0 Comments