କେନ୍ଦୁଝର: କେନ୍ଦୁଝରରେ କଙ୍ଗାରୁ କୋର୍ଟ। ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ  ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କିରିଦାପଶି ଗାଁରେ ଘଟିଛି ଏହି ଘଟଣା।
ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ ଘରୁ ଟାଣି ଆଣି ଗାଁ ମଝିରେ ଥିବା ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛି।
ସୂଚନା ଅନୁସାରେ କାଲି ସନ୍ଧ୍ୟାରେ ଗାଁର ଜଣେ ନାବାଳିକା ପଡ଼ୋଶୀ ଘରକୁ ଯାଉଥିବା ବେଳେ ଅଭିଯୁକ୍ତ ନାବାଳିକାର ପାଟିକୁ ବନ୍ଦ କରି ନିଛାଟିଆ ସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହା ଜାଣିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତକୁ ଘରୁ ଟାଣିଆଣି ଗାଁ କ୍ଲବ ପାଖ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ।

The post ନାବାଳିକା ଅପହରଣ ଓ ଦୁଷ୍କର୍ମ: ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ first appeared on Sambad.



from ଜିଲ୍ଲା – Sambad https://ift.tt/2OFACCV