
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ତୁକୁଲା କଲେଜ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି।ଏଠାରେ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ଜଣେ ବୃଦ୍ଧ କୌଣସି କାର୍ଯ୍ୟରେ ସାଇକେଲ ଯୋଗେ ଯାଉଥିଲେ। ବିପରୀତ ଦିଗରୁ ଅର୍ଥାତ ଖଡ଼ିଆଳରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।
ଖବର ପାଇ ଖଡ଼ିଆଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖଡ଼ିଆଳ ପୁଲିସ ଶବ ଜବତ କରିବା ସହ ଏକ ଅପମୂତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲୁଥିବା ନେଇ ଖଡ଼ିଆଳ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
The post ଖଡ଼ିଆଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/3jIDU3H
0 Comments