ରାଉରକେଲା: ରାଉରକେଲାର ଝିରିପାଣି ପମ୍ପ ହାଉସ ନିକଟ ବସ୍ତିରେ ଏକ ଘରେ ଆଜି ହଠାତ ନିଆଁ ଲାଗିଯିବାରୁ ଘରର ସମସ୍ତ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବହୁ ଗୃହ ସାମଗ୍ରୀ ପୋଡ଼ିଯାଇଛି। ଘରେ ସଞ୍ଜୁ ବେହେରା ନାମ୍ନୀ ଜଣେ ମହିଳା ତାଙ୍କ ଦୁଇ ପୁଅଙ୍କ ସହ ରହୁଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

The post ରାଉରକେଲାରେ ଅଗ୍ନିକାଣ୍ଡ: ବହୁ ଆସବାବପତ୍ର ଜଳିପୋଡ଼ି ପାଉଁଶ, କାରଣ ଅସ୍ପଷ୍ଟ first appeared on Sambad.



from ଜିଲ୍ଲା – Sambad https://ift.tt/2OveJWB