ରାୟଗଡ଼: ଆନ୍ଧ୍ରପ୍ରଦେଶ –ଓଡ଼ିଶା ସୀମା ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯାଉଛି । ଏ ସଂପର୍କୀତ ଖବର ସଂଗ୍ରହ ବେଳେ କନକ ନ୍ୟୁଜର ଗଜପତି ଜିଲ୍ଲା ପ୍ରତିନିଧି ସୀତାନାଥ ପଣ୍ଡାଙ୍କୁ ଆନ୍ଧ୍ର ପୁଲିସ ଅଟକ ରଖିଥିଲା। କାହିଁକି ଆନ୍ଧ୍ର ସୀମାରେ ପଶି ଖବର ସଂଗ୍ରହ କରୁଛ ବୋଲି କହି ଦାଦାଗିରି ଦେଖାଇଥିଲା ପଡ଼ୋଶୀ ପୁଲିସ। କେବଳ ଏତିକି ନୁହେଁ ତାଙ୍କ ଠାରୁ ମୋବାଇଲ ଓ ଆଇଡି କାର୍ଡ ଛଡାଇ ନେଇଥିଲେ। ଆନ୍ଧ୍ର ଅଧିକାରୀ ଓଡ଼ିଶା ଲୋକଙ୍କୁ ପ୍ରଲୋଭନ ଦେଖାଉଥିବା ବେଳେ ମୋବାଇଲରେ ସୁଟ୍ ହୋଇଥିବା ସମସ୍ତ ଭିଡିଓକୁ ଡିଲିଟ୍ କରି ଦେଇଛନ୍ତି ଆନ୍ଧ୍ର ପୁଲିସ ଏବଂ ଆନ୍ଧ୍ର ସୀମାରୁ ବାହାରି ଯିବାକୁ କହି ଗିରଫଦାରିର ଧମକ ଦେଖାଇଛି ପୁଲିସ ।
ଆନ୍ଧ୍ରସୀମାକୁ ଲାଗି ରହିଛି ଗଜପତି ଗଙ୍ଗାବାଡ଼ ପଞ୍ଚାୟତର ଏକାଧିକ ଗାଁ। ସେହି ଗାଁଗୁଡ଼ିକୁ ଆନ୍ଧ୍ର ନିଜର ବୋଲି ଦାବି କରୁଛି। ଏଠାକାର ଲୋକଙ୍କ ପାଖରେ ଓଡ଼ିଶାର ଭୋଟର ପରିଚୟ ପତ୍ର ଥିବା ବେଳେ ଆନ୍ଧ୍ରପ୍ରଦେଶର ସାବା କୋଟା ପଞ୍ଚାୟତ ଭୋଟର ତାଲିକାରେ ଏମାନଙ୍କୁ ସାମିଲ କରାଯାଇଛି। ମାଣିକପାଟଣା ଗାଁ ଜଣେ ମହିଳା ଆନ୍ଧ୍ର ପଞ୍ଚାୟତ ର୍ନିବାଚନରେ ସାବା ପଞ୍ଚାୟତର ୱାର୍ଡର ସଭ୍ୟ ଭାବରେ ଅଂଶ ଗ୍ରହଣ କରିଛନ୍ତି। ସୀମାକୁ ନେଇ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଥିବା ଏହି ଅଞ୍ଚଳର ଲୋକଙ୍କ ପାଖରେ ୨ ରାଜ୍ୟର ପରିଚୟ ପତ୍ର ରହିଛି ।
The post ଖବର ସଂଗ୍ରହ ବେଳେ କନକ ନ୍ୟୁଜର ଗଜପତି ଜିଲ୍ଲା ପ୍ରତିନିଧିଙ୍କୁ ଅଟକ ରଖିଲା ଆନ୍ଧ୍ର ପୁଲିସ first appeared on Sambad.
from ଜିଲ୍ଲା – Sambad https://ift.tt/37b2i90
0 Comments