ନୀଳଗିରି: ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାକୁ ଅପହରଣ କରିବା ଘଟଣାରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅଞ୍ଚଳରେ ଜନୈକ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ବାସୁଦେବ ଜୟସିଂହ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି।

ଅଭିଯୁକ୍ତ ରେମୁଣା ଥାନା ଅଧୀନସ୍ଥ ଜାମୁବଣୀ ଅଞ୍ଚଳର ଗୁରୁବା ସିଂହଙ୍କ ପୁତ୍ର ବଳିଆ (୨୯)କୁ ପୁଲିସ ଗିରଫ କରିଛି। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

The post ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3bgmFmc